ଅଧିକ ପଢନ୍ତୁ : ସନ୍ଧ୍ୟାରେ ଆରସିବି-କେକେଆର ହାଇଭୋଲଟେଜ ମ୍ୟାଚ
ଟସ୍ରେ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରିତ କେକେଆର୍ ଦୁଇଟି ଅର୍ଦ୍ଧଶତକୀୟ ଭାଗୀଦାରି ବଳରେ ବଡ଼ ସ୍କୋର୍ କରିପାରିଥିଲା । ଆରମ୍ଭରୁ ଜାସନ ରଏ ଓ ମଧ୍ୟକ୍ରମରେ ଅଧିନାୟକ ନୀତୀଶ ରାଣାଙ୍କ ବିସ୍ଫୋରଣ ପରେ ଡେଥ୍ ଓଭରରେ ରିଙ୍କୁ ସିଂହଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ଯୋଗୁଁ ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମ୍ରେ ବୁଧବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ କୋଲକାତା ନାଇଟ୍ ରାଇଡର୍ସ ୨୦୦/୫ ସ୍କୋର କରିଥିଲା ।
କେକେଆର୍ର ୨୦୦/୫ ଜବାବରେ ଆର୍ସିବି ସ୍କୋର୍ ୧୭୯/୮ରେ ଅଟକି ଯାଇଥିଲା । ବିରାଟ କୋହଲି ଏକମାତ୍ର ବ୍ୟାଟର ଭାବେ ଅର୍ଦ୍ଧଶତକୀୟ ପାଳି ଖେଳି ଗୋଟିଏ ପଟରୁ ଦଳକୁ ସମ୍ଭାଳିଥିଲେ। କିନ୍ତୁ ପାୱାରପ୍ଲେ ମଧ୍ୟରେ ଫାଫ୍ ଡୁ ପ୍ଲେସିସ୍, ଶାହବାଜ ଅହମ୍ମଦ ଓ ଗ୍ଲେନ୍ ମ୍ୟାକ୍ସୱେଲ୍ଙ୍କୁ ହରାଇବାରୁ ଦଳ ସଂକଟରେ ପଡ଼ିଥିଲା। ପରେ ମହିପାଲ୍ ଲୋମରର୍ଙ୍କୁ ସାଥୀ କରି କୋହଲି ଚତୁର୍ଥ ୱିକେଟ୍ରେ ୫୫ ରନ୍ ଯୋଡ଼ିଥିଲେ। ବରୁଣ ଚକ୍ରବର୍ତ୍ତୀ ଏହି ଯୋଡ଼ି ଭାଙ୍ଗିବା ପରେ ପରବର୍ତ୍ତୀ ଓଭରରେ କୋହଲିଙ୍କୁ ରସେଲ୍ ଆଉଟ୍ କରିବାରୁ ଦଳର ବିଜୟ ଆଶା ମଉଳିଯାଇଥିଲା।