ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: କୋଲକତା ଆର୍ଜି କର ମେଡିକାଲ ଦୁଷ୍କର୍ମ ଓ ହତ୍ୟା ମାମଲା। ଶେଷରେ ଆନ୍ଦୋଳନକାରୀ ଡାକ୍ତରଙ୍କ ଦାବୀ ମାନିଲେ ମମତା । ଦୀର୍ଘ ସମୟ ଧରି ଆନ୍ଦୋଳନ ଚଳାଇଥିବା କନିଷ୍ଠ ଡାକ୍ତରଙ୍କ ଦାବି ସମାଧାନର ବାଟ ବାହାରିଛି । ମଧ୍ୟରାତ୍ରୀରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କଲିକତା ପୋଲିସ କମିସନର ବିନୀତ ଗୋୟଲଙ୍କୁ ବିଦା କରିଛନ୍ତି । କେବଳ ସେତିକି ନୁହେଁ, ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀଙ୍କୁ ବି ବଦଳି କରାଯାଇଥିଲା । ସେପଟେ ପୋଲିସ୍ କମିସନରଙ୍କ ବଦଳି ଦାବିରେ ଡାକ୍ତରମାନେ ଅଟଳ ରହିଥିଲେ । ଡାକ୍ତର ମାନେ କରିଥିବା 5ଟି ଦାବି ମଧ୍ୟରୁ ତିନୋଟି ଦାବି ମମତା ତତ୍କାଳ ପୂରଣ କରିଛନ୍ତି । ଅନ୍ୟ ଦାବିର ସମାଧାନ ଲାଗି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯାଇଛି । ଏହା ସହ ଆନ୍ଦୋଳନରତ ଡାକ୍ତରଙ୍କ ବିରୋଧରେ କୌଣସି ଦଣ୍ଡବିଧାନ କରାଯିବ ନାହିଁ ବୋଲି ମମତା ପ୍ରତିଶ୍ରୁତି ଦେଇଛନ୍ତି । ସେପଟେ ଏହା ପରେ ଆନ୍ଦୋଳନରେ ପୂର୍ଣ୍ଣଛେଦ୍ ପଡିବା ବୋଲି ଆଶା କରାଯାଉଛି ।
ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: ସବୁ କଳ୍ପନା ଜଳ୍ପନାକୁ ଭୁଲ୍ ସାବ୍ୟସ୍ତ କଲା ମୋଦି ମ୍ୟାଜିକ୍। ଏକଜିଟ୍ ପୋଲ୍ ରିପୋର୍ଟକୁ ସମ୍ପୂର୍ଣ୍ଣ ଭୁଲ୍ ପ୍ରମାଣିତ କଲେ ହରିୟାଣା ଜନତା। କ୍ରମାଗତ ତୃତୀୟ ଥର ବମ୍ପର ବିଜୟ ସହ ନୂଆ କୀର୍ତ୍ତିମାନ ପ୍ରତିଷ୍ଠା କଲା ବିଜେପି। ଏଥିସହ ହିନ୍ଦୀ ହାର୍ଟଲ୍ୟାଣ୍ଡରେ ଜାରି ରହିଛି ବିଜେପିର କମାଲ । ହରିୟାଣାରେ ଜାଟ୍-ନନ୍ ଜାଟ୍ ଫର୍ମୁଲା ଆପଣାଇ ବିଜେପି ଯେଉଁ ଷ୍ଟ୍ରାଟେଜି ଆପଣାଇଥିଲା ତାହା ସଫଳ ସାବ୍ୟସ୍ତ ହୋଇଛି । ତେଣୁ ହରିୟାଣାରେ ଐତିହାସିକ ବାଜିମାତ୍ କରିଛି ବିଜେପି ।
ହରିୟାଣାରେ ବିଜେପିର ଏ ବିଜୟର ଗୁରୁତ୍ବ ଏଥିପାଇଁ ସବୁଠୁ ଅଧିକ କାରଣ ୨୦୧୪ରେ ମୋଦି ଲହର ବେଳେ ଯେତେବେଳେ ହରିୟାଣାରେ ୪୭ ସିଟ୍ ଜିତିଥିଲା ବିଜେପି ଏଥର ସେ ରେକର୍ଡ ବି ଭାଙ୍ଗିଛି । ପୁଣି ଚଳିତ ବର୍ଷ ଲୋକସଭା ନିର୍ବାଚନରେ ହରିୟାଣାରେ ପ୍ରାୟ ବିଜେପି ଅଧା ସିଟ୍ ହାରିବା ପରେ ବି ବିଧାନସଭାରେ କରିଛି ଚମତ୍କାର ପ୍ରଦର୍ଶନ। ଗୋଟିଏ ପଟେ ମୋଦିଙ୍କ ଲୋକପ୍ରିୟତା, ବିଜେପି ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ଅନ୍ୟପଟେ ନିର୍ବାଚନ ସମୟରେ ସଠିକ୍ ରଣନୀତି, ସଠିକ୍ ପରିଚାଳନା ହରିୟାଣାରେ ବିଜେପିକୁ ଦେଇଛି ବମ୍ପର ବିଜୟ।
ହରିୟାଣାରେ ନିର୍ବାଚନରେ ବିଜେପିକୁ ଚିତ୍ କରିବା ପାଇଁ କେତେ ପ୍ରକାର ରଣନୀତି କରିଥିଲେ ବିରୋଧୀ। ମୋଦି ସରକାରକୁ ବଦନାମ କରିବାକୁ କରିଥିଲେ ଜୋରଦାର ପ୍ରୟାସ । କୃଷକ, ଅଗ୍ନିବୀର ପ୍ରସଙ୍ଗ କୁସ୍ତି ଯୋଦ୍ଧା ଭିନେଶ ଫୋଗଟଙ୍କୁ ଢାଲ କରି ରାହୁଲ ଗାନ୍ଧି ଯେଉଁ ଦଙ୍ଗଲ ରଚନା କରିଥିଲା ତାକୁ ମଧ୍ୟ ଚିତ୍ କରିଦେଇଛନ୍ତି ହରିୟାଣାବାସୀ।
ହରିୟାଣାରେ ଏବେ ବିଜୟ ଉତ୍ସବ ମନାଉଛନ୍ତି ବିଜେପି କର୍ମୀ। ତୃତୀୟ ପାଳିର ସରକାର ଗଠନ ପାଇଁ ଆରମ୍ଭ ହୋଇସାରିଛି ପ୍ରସ୍ତୁତି। ଏଥିସହ ଆଉ ମାସ କେଇଟା ପରେ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ହରିୟାଣା ବଡ଼ ବାର୍ତ୍ତା ଦେଇଛି।
ଅଧିକ ପଢ଼ନ୍ତୁ ଭାରତ ଖବର
ଅର୍ଗସ ବ୍ୟୁରୋ : ହରିଆଣା ବିଧାନସଭା ନିର୍ବାଚନରେ ଇତିହାସ ରଚିଛି ବିଜେପି। ପ୍ରଥମ ଥର ପାଇଁ କୌଣସି ଦଳ ଲଗାତାର ତୃତୀୟ ଥର ଲାଗି ହରିୟାଣାରେ ଗଠନ କରିବାକୁ ଯାଉଛି ସରକାର। ଅନେକ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବା ସତ୍ତ୍ବେ ବିଜେପି ବନିଛି ହରିଆଣାର ବାଜିଗର। ଆଉ ଏହି ହ୍ୟାଟ୍ରିକ୍ ବିଜୟ ପଛରେ ରହିଛି ମୋଦିଙ୍କ ବିଶ୍ବସ୍ତ ସିପାହୀ ତଥା ଓଡ଼ିଆ ପୁଅ ଧର୍ମେନ୍ଦ୍ର ପ୍ରଧାନଙ୍କ ମୁଖ୍ୟ ଭୂମିକା। ଦେଖିବାକୁ ଗଲେ ଛୋଟିଆ ରାଜ୍ୟଟିଏ ହରିଆଣା। କିନ୍ତୁ ଏଠାକାର ରାଜନୈତିକ ସମୀକରଣ ଅତି ଜଟିଳ। ଲଗାତାର ଦୁଇଥର ହରିଆଣାରେ କ୍ଷମତାରେ ଥିବା ବିଜେପି ବିରୋଧରେ ଆଣ୍ଟି ଇକୋମ୍ବାସି ରହିବା ସ୍ବାଭାବିକ କଥା। ପରିସ୍ଥିତି ଏପରି ହୋଇଥିଲା ଯେ ବିଧାନସଭା ନିର୍ବାଚନର ୬ ମାସ ପୂର୍ବରୁ ମନୋହରଲାଲ ଖଟ୍ଟରଙ୍କୁ ହଟାଇ ନାୟବ ସିଂ ସୈନିଙ୍କୁ ମୁଖ୍ୟମନ୍ତ୍ରୀ ବନାଇଥିଲା ବିଜେପି। ତଥାପି ଲୋକସଭା ନିର୍ବାଚନରେ କ୍ଷତିକୁ ରୋକିପାରିନଥିଲା ଦଳ। ପଦ୍ମ ଆସନ ସଂଖ୍ୟା ୧୦ରୁ ୫କୁ ଖସି ଆସିଥିଲା। ଆଉ ସାଧାରଣ ନିର୍ବାଚନ ପରେ ପ୍ରଥମ ବିଧାନସଭା ନିର୍ବାଚନ ହେବାକୁ ଥିଲା ଜମ୍ମୁ-କାଶ୍ମୀର ଓ ହରିୟାଣାରେ। ତାସହ ରାଜନୈତିକ ପଣ୍ଡିତଙ୍କ ଭବିଷ୍ୟବାଣୀ ଏବଂ ବିଭିନ୍ନ ଓପିନିୟନ ପୋଲର ଆକଳନ କହୁଥିଲା ଏଥର ବିଜେପି ହାତରୁ ହରିଆଣାର କ୍ଷମତା ଯିବା ଥୟ। ହରିଆଣାରେ ବିଜେପିକୁ ବିଜୟୀ କରିବା ଭଳି ଅସମ୍ଭବ ମନେ ହେଉଥିବା ଟାସ୍କକୁ ସମ୍ଭବ କରିବାର ଦାୟିତ୍ବ ଦଳ ଦେଇଥିଲା କେନ୍ଦ୍ରମନ୍ତ୍ରୀ
ଅଧିକ ପଢନ୍ତୁ : ହରିୟାଣାରେ ବିଜେପିର ହ୍ୟାଟ୍ରିକ ବିଜୟ: ପୁଣି ଚମକିଲେ ମୁଖ୍ୟମନ୍ତ୍ରୀ ନାୟବ ସୈନୀ
ଧର୍ମେନ୍ଦ୍ର ପ୍ରଧାନଙ୍କ କାନ୍ଧରେ। ଆଉ ପ୍ରଧାନମନ୍ତ୍ରୀ ମୋଦି ଯେଉଁ ଭରସା କରିଥିଲେ ତାକୁ ତଳେ ପକାଇବାକୁ ଦେଇନାହାନ୍ତି ଏହି ଓଡ଼ିଆ ନେତା। ହରିଆଣାର ନିର୍ବାଚନ ପ୍ରଭାରୀ ଭାବେ ଦାୟିତ୍ବ ନେବା ପରେ ଧର୍ମେନ୍ଦ୍ରଙ୍କ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ଥିଲା ଟିକେଟ୍ ବଣ୍ଟନ। ଜନ ଆକ୍ରୋଶର ଶିକାର ପୂର୍ବ ବିଧାନସଭାର ବହୁ ବିଧାୟକଙ୍କ ଟିକେଟ୍ କାଟି ନୂଆ ଚେହେରାଙ୍କୁ ପ୍ରାର୍ଥୀ କରିବା ଥିଲା ଅତି ଜଟିଳ ବ୍ୟାପାର। ଏଥିପାଇଁ ଦଳରେ ବଡ଼ ଧରଣର ବିଦ୍ରୋହର ଆଶଙ୍କା ଥିଲା। କିନ୍ତୁ ଧର୍ମେନ୍ଦ୍ର ସଫଳ ପରିଚାଳନା ଯୋଗୁଁ ପୁରୁଣା ବିଧାୟକଙ୍କ ଟିକେଟ୍ ବି କଟିଲା ଆଉ ବଡ଼ ବିଦ୍ରୋହ ଆଶଙ୍କା ବି ଟଳିଥିଲା। ସେହିପିର ଅନୀଲ ବିଜ୍ ଙ୍କ ପରି ମୁଖ୍ୟମନ୍ତ୍ରୀ ପଦ ପାଇଁ ଆଶାୟୀ ବରିଷ୍ଠ ନେତାଙ୍କୁ ନାୟବ ସିଂ ସୈନିଙ୍କ ନେତୃତ୍ବରେ ନିର୍ବାଚନ ଲଢିବା ପାଇଁ ମ୍ୟାନେଜ କରାଇବା ଧର୍ମେନ୍ଦ୍ରଙ୍କ ସଫଳ ରାଜନୈତିକ ପରିଚାଳନର କମାଲ ଥିଲା। ଯେଉଁଥିପାଇଁ ସବୁ ପ୍ରତିକୂଳ ପରିସ୍ଥିତିକୁ ମାତ୍ ଦେଇ ବିଜେପି ତୃତୀୟ ଥର ପାଇଁ ହରିଆଣାରେ ପିନ୍ଧିଲା ବିଜୟ ମୁକୁଟ।
ଏହା ପ୍ରଥମ ନିର୍ବାଚନ ନୁହେଁ ଯେଉଁଥିରେ ନିର୍ବାଚନ ରଣନୀତିକାର ଭାବେ ନିଜର ଜଲୱା ଦେଖାଇଛନ୍ତି ଧର୍ମେନ୍ଦ୍ର। ପୂର୍ବରୁ ବହୁ ରାଜ୍ୟ ବିଧାନସଭାର ନିର୍ବାଚନର ପ୍ରଭାରୀ ଭାବେ ଦାୟିତ୍ବ ନେଇ ସେଠାରେ ପଦ୍ମ ଫୁଟାଇବାରେ ପ୍ରମୁଖ ଭୂମିକା ନିଭାଇ ସାରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ଉତ୍ତରପ୍ରଦେଶ, ବିହାର, କର୍ଣ୍ଣାଟକ, ଉତ୍ତରାଖଣ୍ଡ, ଝାଡ଼ଖଣ୍ଡ, ଛତିଶଗଡ଼ ପରି ବହୁ ରାଜ୍ୟରେ ବିଜେପିକୁ କ୍ଷମତାସୀନ କରିବାରେ ଧର୍ମେନ୍ଦ୍ରଙ୍କ ସଫଳ ଗୋଟିଚାଳନା କାମ ଦେଇଛି। ଯେଉଁଥିପାଇଁ ଧର୍ମେନ୍ଦ୍ର ବନିପାରିଛନ୍ତି ମୋଦିଙ୍କର ଅନ୍ୟତମ ବିଶ୍ବସ୍ତ ସିପାହୀ। ଆଉ ହରିଆଣା ବିଜୟ ସହ ସାରା ଦେଶର ଗଣମାଧ୍ୟମ ପୁଣିଥରେ ଏହି ପୋଲମାଷ୍ଟରଙ୍କର କରୁଛି ତାରିଫ୍।