ଅର୍ଗସ୍ବ୍ୟୁରୋ: କୋଲକତା ପୋଲିସକୁ ମିଳିଛି ବଡ଼ ସଫଳତା । ଗତକାଲି ତାମିଲନାଡ଼ୁର ରାଜଧାନୀ ଚେନ୍ନାଇରୁ ଏନ୍ଆଇଏ ଜମାତ-ଉଲ୍-ମୁଜାହିଦ୍ଦିନ୍ (JMB) ବାଙ୍ଗଲାଦେଶର ଏକ ଆତଙ୍କବାଦୀକୁ ଗିରଫ କରିଛି । ଗିରଫ ଆତଙ୍କବାଦୀ ହେଉଛନ୍ତି ଅସଦୁଲ୍ହା ଶେଖ୍(35) ।
କୋଲକତା ପୋଲିସର ସ୍ପେସାଲ ଟାସ୍କ ଫୋର୍ସ ଅସଦୁଲ୍ଲାକୁ କେନାଲାପୁରମ୍ର ଏଏ ନଗରର ଏକ ଭଡ଼ା ଘରୁ ଗିରଫ କରିଛି । ପୋଲିସ ଦ୍ୱାରା ସୂଚନା ମିଳିଛି ଯେ, ଅସଦୁଲ୍ଲା ପଶ୍ଚିମବଙ୍ଗର ନିତ୍ୟାନନ୍ଦପୁର ଗାଁର ବର୍ଦ୍ଦଓ୍ୱାନର ନିବାସୀ । 2018 ବୋଦ୍ଧଗୟା ବିସ୍ଫୋରଣରେ ଅସଦୁଲ୍ଲା ସାମିଲ ଥିଲେ ବୋଲି ପୋଲିସ ଅନୁମାନ କରୁଛି । ଏହା ସହ ଅନେକ ମାଷ୍ଟରମାଇଣ୍ଡ ଅପରାଧିକ କାର୍ଯ୍ୟକଳାପରେ ସାମିଲ ଅଛନ୍ତି ଅସଦୁଲ୍ଲା । ପୋଲିସ ଅସଦୁଲ୍ଲାକୁ ଟ୍ରାନ୍ଜିଟ୍ ରିମାଣ୍ଡ ପାଇଁ ଅଦାଲତରେ ହାଜତ କରିବା ପରେ ଅଧିକ ପଚରାଉଚରା ପାଇଁ ପଶ୍ଚିମବଙ୍ଗ ଅଣିବେ ।
Tamil Nadu: Asadullah Sheikh, a suspected Jamaat-ul-Mujahideen Bangladesh (JMB) terrorist was arrested from Chennai, earlier today.
— ANI (@ANI) September 10, 2019
ସୂଚନାଥାଉ କି, ସପ୍ତାହେ ପୂର୍ବରୁ କୋଲକତା ପୋଲିସ ଉତ୍ତର କୋଲକତାର ନହର ଷ୍ଟେଟ୍ ରୋଡ଼୍ରୁ ଆଉ ଏକ JMB ଅପରେଟିଭ୍ ମଦମ୍ମଦ ଅବଦୁଲ କାସିମ୍ ଓରଫ୍ କାସିମକୁ ଗିରଫ କରିଥିଲେ । କାସିମ ବର୍ଦ୍ଦଓ୍ୱାନ ଜିଲ୍ଲାର ମଙ୍ଗଳକୋର୍ଟ ପୋଲିସ ଥାନା ଅନ୍ତର୍ଗତ ଦୁରମୁଟ ଗାଁର ନିବାସୀ ।
