ନୂଆଦିଲ୍ଲୀ/କୋରାପୁଟ: କୋଟିଆ ମାମଲାର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ଓଡିଶା ପକ୍ଷରୁ ହୋଇଥିବା ଆବେଦନ ଉପରେ ଶୁଣାଣି କରି କୋର୍ଟ ଆନ୍ଧ୍ର ସରକାରଙ୍କୁ ସ୍ପଷ୍ଟୀକରଣ ମାଗିଛନ୍ତି । କୋଟିଆ ଅଞ୍ଚଳରେ ଆନ୍ଧ୍ର ସରକାରଙ୍କ ତରଫରୁ ପଞ୍ଚାୟତ ନିର୍ବାଚନ କରାଇବା ନେଇ ଚାଲିଥିବା ପ୍ରସ୍ତୁତି ଉପରେ କୋର୍ଟ ସ୍ପଷ୍ଟୀକରଣ ମାଗିଛନ୍ତି । ଏହାସହ ନିର୍ଦ୍ଧାରିତ ସମୟ ଭିତରେ ଜବାବ୍ ଦାଖଲ କରିବାକୁ ଆନ୍ଧ୍ର ସରକାରଙ୍କୁ ନୋଟିସ କରିଛନ୍ତି ସୁପ୍ରିମକୋର୍ଟ ।
ଆସନ୍ତା 19 ତାରିଖରେ ଏନେଇ ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାଯାଇଛି। ଜଷ୍ଟିସ୍ ଏ ଏନ୍ ଖାନଵଲିକର ଓ ଜଷ୍ଟିସ୍ ଅନିରୁଦ୍ଧ ବୋଷଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରିଛନ୍ତି।
ସୂଚନାଯୋଗ୍ୟ, ଏହି ମାମଲାର ତ୍ବରିତ ଶୁଣାଣି କରିବା ପାଇଁ ଓଡ଼ିଶା ପକ୍ଷରୁ ଏହି ମାମଲାରେ ନିୟୋଜିତ ବରିଷ୍ଠ ଆଇନଜୀବୀ ବିକାଶ ସିଂହ ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତି ଜଷ୍ଟିସ୍ ଏସ୍ଏ ବୋବଡେ, ଜଷ୍ଟିସ୍ ଏ.ଏସ୍.ବୋପାନ୍ନା ଓ ଜଷ୍ଟିସ ଭି. ରମା ସୁବ୍ରମନ୍ୟନଙ୍କ ଖଣ୍ଡପୀଠରେ ନିବେଦନ କରିଥିଲେ।