ଭାରତ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ଓ 2047 ସୁଦ୍ଧା ଭାରତକୁ ମୁସଲମାନ ଦେଶରେ ପରିଣତ କରିବାକୁ କାମ କରୁଥିବା ପପୁଲାର ଫ୍ରଂଟ ଅଫ ଇଣ୍ଡିଆ ଉପରେ ଅଚାନକ ଚଢାଉ କରିବା, ତାର ଶହେରୁ ଉର୍ଦ୍ଧ୍ୱ ନେତା ମାନଙ୍କୁ ଗିରଫ କରାଯିବା ପରେ କେନ୍ଦ୍ର ସରକାର ସଂସ୍ଥାକୁ ପାଂଚ ବର୍ଷ ପାଇଁ ପ୍ରତିବନ୍ଧିତ କରି ଦେଇଛନ୍ତି ।
ତେବେ ଏହା ବାଦ ପପୁଲାର ଫ୍ରଂଟ ଅଫ ଇଣ୍ଡିଆକୁ ଆଉ ଏକ ଝଟକା ଲାଗିଛି । ଏହି ଝଟକା ଦେଇଛନ୍ତି କେରଳର ହାଇକୋର୍ଟ । କେରଳ ହାଇକୋର୍ଟ ପପୁଲାର ଫ୍ରଂଟ ଅଫ ଇଣ୍ଡିଆର ନେତା ମାନଙ୍କୁ ଗିରଫ କରାଯିବା ପରେ କେରଳରେ ଏହାର କର୍ମୀ ମାନେ ଯେଭଳି ଭାବେ ଗୁଣ୍ଡାରାଜ କରିଥିଲେ ତାକୁ ନେଇ ଦୃଢ ଆପତ୍ତି ବ୍ୟକ୍ତ କରିଛନ୍ତି ।
କେବଳ ସେତିକି ନୁହେଁ ଏହି ଗୁଣ୍ଡାରାଜ ସମୟରେ ପିଏଫଆଇର କର୍ମୀ ମାନେ ଯେଉଁ ସମ୍ପତ୍ତିକୁ ନଷ୍ଟ କରିଥିଲେ ତାର ଭରଣା ପାଇଁ ସଂଗଠନ ଠାରୁ 5 କୋଟି 20 ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ନିର୍ଦେଶ ଦେଇଛନ୍ତି ।
ପିଏଫଆଇର ନେତା ମାନଙ୍କୁ ଗିରଫ କରାଯିବା ପରେ ଏହା ବିରୋଧରେ ପିଏଫଆଇ ପକ୍ଷରୁ ଗତ ସେପ୍ଟେମ୍ବର 23 ତାରିଖ ଦିନ କେରଳ ବନ୍ଦର ଡାକରା ଦିଆଯାଇଥିଲା । ଏହି ବନ୍ଦ ସମୟରେ ପିଏଫଆଉ କର୍ମୀମାନେ ସରକାରୀ ବସରେ ପୋଡା ଜଳା କରିବା ସହ ଅନେକ ସମ୍ପତ୍ତି ନଷ୍ଟ କରିଥିଲେ ।
କୋର୍ଟ ଏହି ମାମଲାକୁ ନେଇ ଅତ୍ୟନ୍ତ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । କୋର୍ଟ କହିଛନ୍ତି ଯେ ବନ୍ଦ ସମୟରେ କରାଯାଇଥିବା ଭଙ୍ଗା ରୁଜା ଓ କ୍ଷତିର ଭରଣା କରିବାକୁ ପିଏଫଆଇକୁ 5.20 କୋଟି ଟଙ୍କା ଜମା କରିବାକୁ ପଡିବ ।
କେରଳ ହାଇକୋର୍ଟର ଜଷ୍ଟିସ ଏ.କେ ଜୟଶଙ୍କର ନାମ୍ବିଆର ଓ ସିପି ମୋହମ୍ମଦ ନିୟାସ ଏହି ମାମଲାରେ ନିଜ ଆଡୁ ଶୁଣାଣୀ କରି ନିମ୍ନ କୋର୍ଟ ମାନଙ୍କୁ ବିନା କ୍ଷତିପୂରଣରେ ଜାମିନ ନ ଦେବାକୁ ନିର୍ଦେଶ ଦେଇଛନ୍ତି ।
କୋର୍ଟ ତାଙ୍କ ନିର୍ଦେଶରେ କହିଛନ୍ତି ଯେ ଏହି ଭଙ୍ଗାରୁଜା ମାମଲାରେ ସାମିଲ ଲୋକ ମାନଙ୍କର ବ୍ୟକ୍ତିଗତ ସମ୍ପତ୍ତିକୁ ମଧ୍ୟ ଜବତ କରାଯାଉ । ଯେଉଁ ମାନେ ସରକାରଙ୍କୁ ଓ ଲୋକ ମାନଙ୍କୁ କ୍ଷତି ପହଂଚାଇଛନ୍ତି ସେମାନଙ୍କୂ କୌଣସି ପ୍ରକାର ଛଡା ଯିବା ଉଚିତ ନୁହେଁ । କୋର୍ଟ କହିଛନ୍ତି ଯେ ଏହି ମାମଲାରେ ଏକ କମିଶନ ଗଠନ କରାଯାଉ ଯିଏ କ୍ଷତିପୂରଣ ପ୍ରଦାନ ମାମଲା ଗୁ଼ଡିକୁ ଦେଖିବ । ଦୁଇ ସପ୍ତାହ ମଧ୍ୟରେ କ୍ଷତିପୂରଣ ଦେବାକୁ ନିର୍ଦେଶ ଦିଆଯାଇଛି ।
ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ ଭାରତକୁ ମୁସଲମାନ ଦେଶରେ ପରିଣତ କରିବା ହେଉଛି ପିଏଫଆଇର ଅସଲ ଉଦ୍ଦେଶ୍ୟ । ଏହି ଉଦ୍ଦେଶ୍ୟକୁ ପୂରା କରିବାକୁ ପିଏଫଆଇ ଯୁବକ ମାନଙ୍କୁ ଲଶକର ଓ ଆଇଏସଆଇଏସ ଭଳି ଆତଙ୍କବାଦୀ ସଂଗଠନରେ ସାମିଲ ହେବାକୁ ପ୍ରବର୍ତାଉଥିଲା ।
ଗତ ଗୁରୁବାର ଦିନ ୧୫ ରାଜ୍ୟର ୯୩ ସ୍ଥାନରେ ଏହି କୁଖ୍ୟାତ ସଂଗଠନ ଉପରେ ଚଢାଉ କରା ଯାଇଥିଲା । ଏଥିରେ ଶହେରୁ ଉର୍ଧ ପିଏଫଆଇ ନେତାଙ୍କୁ ଗିରଫ କରା ଯାଇଛି । ଏହି ଚଢାଉ ବେଳେ ମିଳିଥିବା ଡକ୍ୟୁମେଂଟରେ ସ୍ପଷ୍ଟ ହୋଇଛି ଯେ ଏହି ସଂଗଠନ ଭାରତରେ କ୍ଷମତା ହାସଲ କରିବାକୁ ଚାହୁଁଛି । ୨୦୪୭ ମସିହାରେ ଭାରତ ଯେତେବେଳେ ସ୍ୱାଧୀନତାର ଶହେ ବର୍ଷ ପୂରଣ ହେବ ସେତେବେଳକୁ ଭାରତ ମୁସଲମାନ ଦେଶ ହୋଇ ସାରିଥିବା
ଏଥିରେ ହିନ୍ଦୁ ମାନଙ୍କୁ ଭୀରୁ ବୋଲି କୁହା ଯିବା ସହ କହା ଯାଇଛି ଯେ ଯଦି ଦଶ ପ୍ରତିଶତ ମୁସଲମାନ ପିଏଫଆଇ ସହିତ ଆସନ୍ତି ତେବେ ହିନ୍ଦୁ ମାନଙ୍କୁ ଆଂଠୁ ମାଡିବାକୁ ବାଧ୍ୟ କରି ଦେବେ ।