କୁକୁର ଚୋରି ନେଇ ଗାଗା ପୋଲିସ୍ରେ ମଧ୍ୟ ଅଭିଯୋଗ କରିଥିଲେ। ତେବେ ଗାଗାଙ୍କ କୁକୁରର ବିରଳ ପ୍ରଜାତି ବୋଲି ତାଙ୍କୁ ଚୋରି କରାଯାଇଥିବା ପୋଲିସ୍ କହିଛି। କୁକୁର ଚୋରି ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ବର୍ତ୍ତମାନ ୬ ବର୍ଷ ପାଇଁ ଜେଲ୍ ଦଣ୍ଡ ହୋଇଛି। ୨୮ ବର୍ଷୀୟ ଲାଫାୟେଟ ଶୋନ୍ ଓ୍ୱାଲେଙ୍କୁ କୋର୍ଟରେ ହାଜର କରାଯାଇଥିବାବେଳେ ସେ ତାଙ୍କ ଦୋଷ ସ୍ୱିକାର କରିଛନ୍ତି।
ଗାଗାଙ୍କ କହିବାନୁଯାୟୀ ସେ ସନ୍ଧ୍ୟା ସମୟରେ ୩ କୁକୁରଙ୍କୁ ସନ୍ଧ୍ୟା ଭ୍ରମଣରେ ନେଇଯାଇଥିଲେ। ଏହି ସମୟରେ କେତେଜଣ ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରିଥିଲେ। ବନ୍ଦୁକ ଧାରୀ ଚୋର ଗାଗାଙ୍କ ଉପରକୁ ଗୁଳିମାଡ କରିଥିଲଲେ। ଯେଉଁଥିରେ ଗାଗା ସାମାନ୍ୟ ଆହାତ ମଧ୍ୟ ହୋଇଥିଲା। ତେବେ ବନ୍ଧୁକ ମୁନରେ ଲେଡି ଗାଗାଙ୍କଠୁ ୨ ଫ୍ରେଞ୍ଜ ବୁଲ୍ଙ୍କୁ ଚୋରୀ କରିଥିଲେ ଚୋର। ଏବେ ଧରା ପଡି ଜେଲ୍ରେ।
ବିଦେଶ ଖବର ଆହୁରି ପଢନ୍ତୁ ।