ଅଧିକ ପଢନ୍ତୁ : ଅହଙ୍କାର ପାଇଁ ରାହୁଲ ନିଜର ସଦସ୍ୟତା ହରାଇଲେ : ଅଶ୍ବିନୀ ବୈଷ୍ଣବ
ମୋଦି ସାଙ୍ଗିଆଧାରୀଙ୍କୁ ଚୋର କହିଥିବା ଅଭିଯୋଗରେ ଗତ ଶୁକ୍ରବାର ଦିନ କେରଳର ୱାୟନାଡ଼ର ଲୋକସଭା ସାଂସଦ ରାହୁଲ୍ ଗାନ୍ଧୀଙ୍କୁ ଗୁଜରାଟର ସୁରତ ଜିଲ୍ଲା ଅଦାଲତ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ ଜେଲ୍ ଦଣ୍ଡାଦେଶ ଓ ୧୫୦୦୦ ଟଙ୍କା ଜରିମାନା କରିବା ପରେ ଲଳିତ ମୋଦି ଏହି କଥା କହିଛନ୍ତି ।
ଏହା ବ୍ୟତୀତ ରାହୁଲ ଓ ଗାନ୍ଧୀ ପରିବାର ବିରୋଧରେ ଅନେକ ଅଭିଯୋଗ ଆଣିଛନ୍ତି ଲଳିତ ମୋଦି । କେତେକ କଂଗ୍ରେସ ନେତାଙ୍କର ବିଦେଶରେ ସମ୍ପତ୍ତି ଅଛି ଓ ସେ ସେସବୁର ଠିକଣା ଓ ଫଟୋ ଯୋଗାଇ ଦେଇ ପାରିବେ ବୋଲି ଟ୍ବିଟରେ ଲେଖିଛନ୍ତି । ତେବେ ବ୍ରିଟେନ୍ ଅଦାଲତରେ ରାହୁଲଙ୍କ ବିରୋଧରେ ମୋକଦ୍ଦମା ହେଲେ ସେ ବ୍ରିଟେନ ଗସ୍ତ ବେଳେ ସେଠାକାର ଆଇନ ଅନୁସାରେ ଗିରଫ ହୋଇପାରନ୍ତି ବୋଲି କୁହାଯାଉଛି ।