ଭାରତରେ ମୁଣ୍ଡପିଛା ବାର୍ଷିକ ନଷ୍ଟ ହେଉଛି 50 କେଜି ଖାଦ୍ୟ ।
ଉତ୍ତର ପ୍ରଦେଶ: ଉତ୍ତର ପ୍ରଦେଶର ଶୁକ୍ଲାଗଞ୍ଜ ଅଞ୍ଚଳରେ କୃଷକ ଓ ପୋଲିସ୍ ମଧ୍ୟରେ ଜମି ଅଧିଗ୍ରହଣ ମାମଲା ଥମିବାର ନା ନେଉ ନାହିଁ । ଦିନକୁ ଦିନ ଏହା ତିବ୍ର ରୂପ ଧାରଣ କରୁଛି । ରବିବାର ଦିନ କୃଷକମାନେ ଉତକ୍ଷିପ୍ତ ହୋଇ ୟୁପି ରାଜ୍ୟ ଔେଦୋଗିକ ବିକାଶ ନିଗମର ନିର୍ମାଣଧିନ ପାଓ୍ୱାର ହାଉସକୁ ଜଳାଇ ଦେଇଛନ୍ତି । ସୂଚନା ମିଳିବା ମାତ୍ରେ ଦମକଳର ଟିମ୍ ଓ ପୋଲିସ୍ ଫୋର୍ସ ଘଟଣାସ୍ଥଳରେ ପହଞ୍ଚିଥିଲେ । ପରେ ନିଆଁକୁ ନିୟନ୍ତ୍ରଣକୁ ଅଣାଯାଇଥିଲା ।
ସୂଚନାମୁତାବକ ଶନିବାର ଦିନ କୃଷକ ଓ ପୋଲିସ୍ ମଧ୍ୟରେ 6ଘଣ୍ଟା ଭିଷଣ ସଙ୍ଘର୍ଷ ହୋଇଥିଲା । ଟ୍ରାନ୍ସଗଙ୍ଗା ସିଟି ପାଇଁ ଔେଦୋଗିକ ବିକାଶ ନିଗମ (ୟୁପିସିଡା) ଅଧିଗ୍ରହିତ 1144 ଏକର ଜମି ଉପରେ ୟୁପିସିଡାର କବ୍ଜାକୁ ବିରୋଧ କରି କୃଷକ ଓ ପୋଲିସ୍ ମଧ୍ୟରେ ଘମାଘଟ ଲଢେଇ ହୋଇଥିଲା । କୃଷକମାନଙ୍କ ଦ୍ୱାରା କରାଯାଇଥିବା ପଥର ମାଡର ପ୍ରତିବାଦରେ ପୋଲିସ୍ ଲାଠୀଚାର୍ଜ କରିଥିଲା ।Unnao: A vehicle of crusher plant was set ablaze today. Dist Magistrate (DM) says "Some miscreants are doing this. We will go to villages&appeal to people to maintain peace. This is a deed of miscreants. We'll maintain peace & the work (Trans Ganga City project) will also go on." pic.twitter.com/5AfLWq6t8Z
— ANI UP (@ANINewsUP) November 17, 2019