ଭାରତର ଜଣେ ପ୍ରମୁଖ ବ୍ୟବସାୟିକ ନେତା ତଥା ପୂର୍ବତନ ବଜାଜ ଅଟୋ ଗ୍ରୁପର ଚେୟାରମ୍ୟାନ୍ ଥିଲେ ରାହୁଲ ବଜାଜ । ମୃତ୍ୟୁ ବେଳକୁ ତାଙ୍କୁ 83 ବର୍ଷ ହୋଇଥିଲା । ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କଠୁ ଆରମ୍ଭ କରି ଅନେକ ବଡ ବଡ ନେତା ମନ୍ତ୍ରୀ ଶୋକ ପ୍ରକାଶ କରିଥିଲେ ।
ଘଟଣାବହୁଳ ଥିଲା ରାହୁଲ ବଜାଜଙ୍କ ଜୀବନ... ‘You Just can't beat a bajaj’ ଏ ଧାଡିଟି ତାଙ୍କ ପାଇଁ ପାଲଟିଥିଲା ଏକ ବୈପ୍ଲବିକ ଆହ୍ୱାନ । ସ୍କୁଲରେ ଶିକ୍ଷକଙ୍କୁ ଏହି ପଦୁଟିଏ କହିବା ପରେ ସେ ଆଉ ପଛକୁ ଚାହିଁନଥିଲେ । ପିତା କମଳନୟନଙ୍କ ଗାଡି ବ୍ୟବସାୟକୁ ଆଗକୁ ବଢାଇଥିଲେ ରାହୁଲ । ଆଉ ଏହି ବ୍ୟବସାୟ ଏମିତି ବଢିଲା ଯେ, BAJAJ ଭାରତୀୟଙ୍କ ପାଇଁ ପାଲଟିଗଲା ଗୋଟିଏ ବଡ଼ ବ୍ରାଣ୍ଡ୍ ।
୯୦ ଦଶକରେ ଦୁଇ ଚକିଆ ଗାଡିର ପ୍ରାବଲ୍ୟ ଥିଲା କହିଲେ ଟିକେ ଭୁଲ ହେବ । କାରଣ ସେତେବେଳେ ଆଜି ଭଳି ଘରେ ଘରେ ଦୁଇ ଚକିଆ ଯାନର ବ୍ୟବହାର ନ ଥିଲା। ଦୁଇ ଚକିଆ ଭଲ ଗାଡି କହିଲେ Bajaj ସ୍କୁଟର ବା Bajaj ଚେତକ କଥା ମନକୁ ଆସିବ। ସେହି ଗାଡି ଚଳାଇବାରେ ଯେଉଁ ମଉଜ ଥିଲା ସମ୍ଭବତଃ ଆଜିର KTM ରେ ନାହିଁ । ଆଜିର ଅନେକ ପ୍ରାପ୍ତ ବୟସ୍କଙ୍କ ସ୍କୁଲ ଯିବା ସ୍ମୃତି ସହ ବାପାଙ୍କ ସ୍କୁଟରର କାହାଣୀଟିଏ ଯୋଡା ହୋଇଥିବ ନିଶ୍ଚୟ ।
ପ୍ରସିଦ୍ଧ ଉଦ୍ୟାଗପତି ରାହୁଲ ବଜାଜଙ୍କ ସ୍ବପ୍ନର ପ୍ରକଳ୍ପ ଦିନେ ସାରା ଦେଶକୁ ୨ ଚକିଆ ଚଳେଇବାରେ ଅଭ୍ୟସ୍ତ କରାଇଥିଲା । ରାହୁଲ ବଜାଜଙ୍କ ପରିବାର ୪ ପିଢୀ ଧରି ଭାରତୀୟ ଉଦ୍ଦ୍ୟୋଗକୁ ରୁଦ୍ଧିମନ୍ତ କରିଛନ୍ତି । ରାହୁଲଙ୍କ ପିତା କମଳନୟନ ଓ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦୀରା ଗାନ୍ଧୀ ଏକଦା ଗୋଟିଏ ସ୍କୁଲରେ ପାଠ ପଢୁଥିଲେ। ଦୁହେଁ ଭଲ ବନ୍ଧୁ ମଧ୍ୟ ଥିଲେ । ୧୯୩୮ ମସିହା ଜୁନ୍ ୧୦ରେ ଜନ୍ମଗ୍ରହଣ କରିଥିଲେ ରାହୁଲ। ପାଠ ପଢା ସରିବା ୧୯୬୫ରେ ରାହୁଲ, ବଜାଜ କମ୍ପାନୀର କମାଣ ଧରନ୍ତି। ଆଉ ଅକସ୍ମାତ କମ୍ପାନୀର ଟର୍ଣ୍ଣ ଓଭର ବଢିଯାଏ ୭ କୋଟିରୁ ୧୨ କୋଟିକୁ। ବଜାଜ ସ୍କୁଟରର ବିକ୍ରୟ ମଧ୍ୟ ଆଶାତୀତ ଭାବେ ବୃଦ୍ଧି ପାଏ । କମ୍ପାନୀ ୩ ଚକିଆ ଅଟୋ ନିର୍ମାଣରେ ମଧ୍ୟ ସଫଳତା ପାଏ। ଯେଉଁ ଅଟୋ ଆଜି ଆପଣ ଦେଖୁଛନ୍ତି ତାହା ମଧ୍ୟ ଥିଲା ରାହୁଲ ବଜାଜଙ୍କ ସ୍ବପ୍ନର ପ୍ରକଳ୍ପ । ୫୦ ବର୍ଷ ବୟସ ପର୍ଯ୍ୟନ୍ତ କମ୍ପାନୀର ମଙ୍ଗ ସମ୍ଭାଳନ୍ତି ରାହୁଲ। ସମ୍ପ୍ରତି ବଜାରର ଅନେକ ୨ ଚକିଆ ଯାନ ଗଡୁଛି ।
Maharashtra | Last rites of Padma Bhushan-awardee industrialist Rahul Bajaj performed with full state honours in Pune
Rahul Bajaj passed away at the age of 83 yesterday pic.twitter.com/Nxy2sS3hjv — ANI (@ANI) February 13, 2022