ମେରୀ ଆୱାଜ ହି ପହଚାନ ହୈ...
ଅର୍ଗସ ବ୍ୟୁରୋ: ଆଉ ନାହାନ୍ତି ସ୍ୱର ସମ୍ରାଜ୍ଞୀ ଲତା ମଙ୍ଗେସକର। ଥମି ଯାଇଛି କୋକିଳ କଣ୍ଠର ସ୍ୱର
ଦେଶରେ ଶୋକର ଛାୟା। ଭାରତୀୟ କଳା ଜଗତରେ ଏକ ଯୁଗର ଅବସାନ । ଦେଶ ହରାଇଛି ମହାନ ଗାୟିକା ଭାରତ ରତ୍ନ ଲତା ମଙ୍ଗେସକରଙ୍କୁ । ଅନେକ ଦିନର ସ୍ୱାସ୍ଥ୍ୟ ସମସ୍ୟା ପରେ ଆରପାରିକୁ ଚାଲିଜାଇଛନ୍ତି କୋକିଳ କଣ୍ଠି ଲତା ମଙ୍ଗେସକର।
ସମସ୍ତଙ୍କ ପ୍ରିୟ ଲତା ଦିଦିଙ୍କୁ ଆଜି ଝୁରୁଛି ଦେଶ । କୋଟି କୋଟି ସଙ୍ଗୀତ ପ୍ରେମୀଙ୍କ ପରି ପ୍ରଧାନମନ୍ତ୍ରୀ ମଧ୍ୟ ଲତାଙ୍କ ବିୟୋଗରେ ମର୍ମାହାତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ଲତାଙ୍କର ଥିଲା ଅନେକ ଦିନର ଭାବାବେଗର ସମ୍ପର୍କ ।ଲତାଙ୍କ ୯୦ ବର୍ଷର ଜନ୍ମ ବାର୍ଷିକିରେ ପ୍ରଧାନମନ୍ତ୍ରୀ ତାଙ୍କୁ ଫୋନରେ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହିତ ଅନେକ ବାର୍ତ୍ତାଳପ ମଧ୍ୟ କରିଥିଲେ। ମୁମ୍ବାଇ ଠାରେ ପହଂଚି ଲତାଙ୍କୁ ଶେଷ ସମ୍ମାନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ।
ସାତ ଦଶନ୍ଧି ଧରି ସଂଗୀତ ଦୁନିଆର ଶିଖରରେ ରହିଆସିଥିଲେ ଭାରତ ରତ୍ନରେ ସମ୍ମାନିତ ଲତା ମଙ୍ଗେସକର। ବହୁ କମ ବୟସରେ ସଂଗୀତ ସାଧନା କରିବା ପରେ ମୁମ୍ବାଇ ଫିଲ୍ମ ଜଗତରେ ପାଦ ଥାପିଥିଲେ । ଅଭିଯାନରୁ ଆରମ୍ଭ କରିଥିଲେ ସତ କିନ୍ତୁ ପରବର୍ତ୍ତୀ ସମୟରେ ଗୋଟିଏ ପରେ ଗୋଟିଏ ହିଟ ଗୀତରେ ସ୍ୱର ଦେଇ ନିଜର କୋକିଳ କଣ୍ଠର ଜାଦୁରେ ବାନ୍ଧିଥିଲେ ପୁରା ଦେଶ ବାସୀଙ୍କୁ।
1963 ମସିହାର ସାଧାରଣତନ୍ତ୍ର ଦିବସ ଅବସରରେ ଶହୀଦ ଜବାନ ମାନଙ୍କ ସ୍ମୃତିରେ ୟେ ମେରେ ୱତନ କେ ଲୋଗୋନ ଗୀତ ପୁରା ଦେଶକୁ ଦେଶପ୍ରେମରେ ଉଦୃତ କରିଥିଲା ଲତାଙ୍କ ସ୍ୱର।
ହୀନ୍ଦି ଭାଷା ସମେତ ୧୫ ଟି ବିଭିନ୍ନ ଭାରତୀୟ ଭାଷାରେ ପ୍ରାଯ ୫୦ ହଜାର ଗୀତରେ କଣ୍ଠଦାନ କରିଛନ୍ତି ଲତା ମଙ୍ଗେସକର ା ଓଡିଆ ଭାଷାରେ ତାଙ୍କର ଗାଇଥିବା ଗୀତ ଆଜି ମଧ୍ୟ ଓଡିଶା ସଂଗିତ ଜଗତରେ ଅଧୀକ ଚର୍ଚିତ ହୋଇ ରହିଛି ।
ଲତାଙ୍କ ବିୟୋଗରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ନିତିନ ଗଦକରୀ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଅନେକ ରାଜନେତା ଓ ବଲିଉଡର ସମସ୍ତ କଳାକାର ଦିବଙ୍ଗତ ଆତ୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।
ତାଙ୍କ ବିୟୋଗରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ୍ ଗଡ଼କରୀ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ଅନେକ ବରିଷ୍ଠ ମାନେ ଶୋକ ପ୍ରକାଶ କରିଛନ୍ତି । ଏହି କ୍ରମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ଯେ, ଭାରତ ରତ୍ନ, ଲତାଜୀଙ୍କର ଉପଲବ୍ଧି ଅତୁଳନୀୟ ରହିବ ।
ଚକିତ କରିଥିଲେ ଭାରତରେ ସୃଷ୍ଟି କରିଥିଲେ କିନ୍ତୁ ଥମିନି ସେଇ ମଧୁର ସଂଗୀତର ଲହର
କିନ୍ତୁ ଏବେ ବି ଜୀବିତ ସଂଗୀତ ପ୍ରେମିଙ୍କ ହୃଦୟରେ