ମୃତଦେହ ଉଦ୍ଧାର ପରେ ପୁଲିସ ଏକ ସୁଇସାଇଡ ନୋଟ୍ ମଧ୍ୟ ଜବତ କରିଥିଲା। ଯେଉଁଥିରେ ସେ ଅପମାନିତ ହୋଇ ଆତ୍ମହତ୍ୟା କରିଛନ୍ତି ବୋଲି ଲେଖିଥିଲେ। ହେଲେ ଏହାର ସତ୍ୟତାକୁ ନେଇ ପୁଲିସ ଯାଞ୍ଚ କରୁଥିବା ବେଳେ ତଦନ୍ତ ଭାର ସିବିଆଇ ହାତକୁ ନେଇଛି।
ଏହାରି ଭିତରେ ଆଜି ଆସିଛି ଆଉ ଗୋଟିଏ ଚାଞ୍ଚଲ୍ୟକର ଖବର। ମହନ୍ତ ନରେନ୍ଦ୍ର ଗିରୀଙ୍କ ଘର ଓଡ଼ିଶାରେ ବୋଲି ଜଣାପଡିଛି।
ବାଲେଶ୍ବର ଜିଲ୍ଲା ଭୋଗରାଇ ଅଞ୍ଚଳରେ ତାଙ୍କ ଘର। ତାଙ୍କର ୨ ଭାଇ ଓ ୩ ଭଉଣୀ ଅଛନ୍ତି ବୋଲି ଦାବି କରିଛନ୍ତି ସାନଭାଇ ବୋଲି ଦାବି କରୁଥିବା ପାଣିଷଣ୍ଢ ଗ୍ରାମର ଲକ୍ଷ୍ମୀକାନ୍ତ ଗିରୀ। ଦୀର୍ଘ ବର୍ଷ ପୂର୍ବେ ସେ ବାପାଙ୍କ ସହ ଝଗଡା କରି ଅଯୋଧ୍ୟା ଚାଲି ଯାଇଥିଲେ। ତା ପରଠାରୁ ସେ ଅଯୋଧ୍ୟାରେ ହିଁ ରହୁଥିଲେ। ୧୦ ବର୍ଷ ତଳେ ସେ ଶେଷ ଥର ଲାଗି ଘରକୁ ଆସିଥିଲେ।
ଏବେ ତାଙ୍କର ମୃତ୍ୟୁ ହୋଇଛି ଏବଂ ସ୍ବଗତ ନରେନ୍ଦ୍ର ଗିରୀଙ୍କ ମଥାର କଟା ଚିହ୍ନ ଦେଖି ପରିବାର ଲୋକେ ତାଙ୍କୁ ଚିହ୍ନି ପାରିଛନ୍ତି ବୋଲି ସାନଭାଇ ଲକ୍ଷ୍ମୀକାନ୍ତ କହିଛନ୍ତି।