ତେବେ ଆମେରିକାରେ ୨୦୨୨ ନଭେମ୍ବରରୁ ପ୍ରାୟ ୨ ଲକ୍ଷ ଆଇଟି କର୍ମଚାରୀଙ୍କ ନିଯୁକ୍ତି ଚାଲିଯାଇଛି । ଯେଉଁଥିରେ ୩୦ ରୁ ୪୦ ପ୍ରତିଶତ ହେଉଛନ୍ତି ଭାରତୀୟ । ତେବେ ଛଟେଇ କରିଥିବା କମ୍ପାନୀ ଗୁଡିକ ମଧ୍ୟରେ ଆମାଜନ,ମାଇକ୍ରୋସଫ୍ଟ ,ଫେସବୁକ ଭଳି କମ୍ପାନୀ ରହିଛନ୍ତି । କେବଳ ଆମେରିକା ନୁହେଁ ବିଶ୍ବବ୍ୟାପୀ କମ୍ପାନୀ ଗୁଡିକରେ ଛଟେଇ ଆରମ୍ଭ ହୋଇଛି । ତେବେ ଏହି ଭାରତୀୟମାନଙ୍କୁ ୬୦ ଦିନ ଭିତରେ ଚାକିରୀ ଖୋଜିବାକୁ ପଡିବ ,ନହେଲେ ସେମାନଙ୍କର ଭାରତ ଫେରିବା ଛଡା ଆଉକିଛି ଉପାୟ ନାହିଁ ବୋଲି ଜଣେ ଭାରତୀୟ କର୍ମଚାରୀ କହିଛନ୍ତି ।
ଏ ଭିତରେ ଭାରତର ଅର୍ଥ ବସ୍ଥା ସୁଦୃଢ ଥିବା ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିଭିନ୍ନ ମାହୋଲରୁ ପ୍ରଶଂସା କରାଯାଇଛି । ଭାରତର ଅର୍ଥନୀତି ସାରା ବିଶ୍ବରେ ସବୁଠାରୁ ଅଧିକ ଗତିରେ ବଢୁଥିବା ବେଳେ ବିଶ୍ବର ଅନେକ ଦେଶଗୁଡିକ ମୋଦିଙ୍କୁ ପ୍ରଶଂସା କରିଛନ୍ତି । ଭାରତରେ G20 ରେ ଅଧ୍ୟକ୍ଷତା କରିବା ସହ ଡିଜିଟାଲ କ୍ଷେତ୍ରରେ ବେଶ ସୁଦୃଢ ହେଉଛି ଭାରତ ।
ତେବେ ବିଶ୍ବବ୍ଯାପୀ ଏଭଳି ପରିସ୍ଥିତିରେ ପାକିସ୍ଥାନ ମଧ୍ୟ ବାଦ ପଡିନି । ତେବେ ଏହାକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ୨୦୧୯ ରେ ଏକ ବକ୍ତବ୍ୟ ଦେଇଥିଲେ । ତେବେ ଦେଶର ଅର୍ଥନୀତି ସୁଦୃଢ ହେବାନେଇ ମୋଦିଙ୍କୁ ପ୍ରଶଂସା କରିଛନ୍ତି ବ୍ରିଟେନର ସାଂସଦ ଲର୍ଡ କରଣ । ସେ ନରେନ୍ଦ୍ର ମୋଦୀଙ୍କୁ ପୃଥିବୀର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତି ବୋଲି କହିଛନ୍ତି ।ଭାରତୀୟ ବଂଶୋଦ୍ଭବ ବ୍ରିଟେନର ସାଂସଦ ଲର୍ଡ କରଣ ବିଲିମୋରିଆ ବ୍ରିଟିଶ ସଂସଦରେ ନିଜର ଉଦବୋଧନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଶଂସା କରିବା ସହ ତାଙ୍କ ନେତୃତ୍ୱରେ ଭାରତ କିଭଳି ଭାବେ କ୍ଷୀପ୍ର ଗତିରେ ପ୍ରଗତିର ଶୀର୍ଷରେ ପହଂଚୁଛି ତାର ଉଲ୍ଲେଖ କରିଛନ୍ତି ।
ବିଦେଶ ଖବର ଆହୁରି ପଢନ୍ତୁ ।