ଉଭୟ ଡିଜାଇନରେ ସିଂହ ମାନଙ୍କର ମୁଖ ଭଙ୍ଗୀ ଏକା ଭଳି ନୁହେଁ ।ଏହି ମାମଲାର ଶୁଣାଣୀ କରି ଜଷ୍ଟିସ ଏମଆର ଶାହ ଓ କୃଷ୍ଣ ମୁରାରୀଙ୍କ ବେଂଚ ଆବେଦନକୁ ଖାରଜ କରି ଦେଇଛନ୍ତି । ସେମାନେ କହିଛନ୍ତି ଯେ ସିଂହ ଗୁଡିକ କିପରି ଦେଖା ଯାଉଛନ୍ତି ତାହା ଦେଖିବା ଲୋକର ଦୃଷ୍ଟି ଉପରେ ନିର୍ଭର କରେ ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ଜୁଲାଇ ମାସ 11 ତାରିଖ ଦିନ ସଂସଦ ଭବନର ଛାତରେ ନିର୍ମାଣ କରାଯାଇଥିବା 21 ଫୁଟ ଉଚ୍ଚ ଅଶୋକ ସ୍ତମ୍ଭର ଲୋକାର୍ପଣ କରିଥିଲେ ।
ସେତେବେଳ ଠାରୁ ହିଁ କିଛି ଲୋକ ଏହାକୁ ନେଇ ବିବାଦ କରିବାରେ ଲାଗିଛନ୍ତି । ବିଭିନ୍ନ ବିରୋଧୀ ଦଳ ସମେତ ଅନେକ ଲୋକ ସେତେବେଳେ କହିଥିଲେ ଯେ ସଂସଦ ଭବନରେ ସ୍ଥାପିତ ଏହି ସିଂହ ସୌମ୍ୟ ନୁହେଁ ବରଂ ଆକ୍ରମଣାତ୍ମକ ଦେଖା ଯାଉଛି ।ଏହି ମାମଲାରେ ଦୁଇ ଜଣ ଓକିଲ ଅଲଦାନିଶ ରିନ ଓ ରମେଶ କୁମାର ମିଶ୍ର ନ୍ୟାୟାଳୟରେ ଏକ ଆବେଦନ କରିଥିଲେ ଓ କହିଥିଲେ ଯେ ନୂଆ ଚିହ୍ନରେ ରାଜ୍ୟ ପ୍ରତୀକ ଅଧିନିୟମ ଅନୁସାରେ ଡିଜାଇନରେ କୌଣସି ପ୍ରକାର ପରିବର୍ତନ କରାଯାଇ ପାରିବ ନାହିଁ । କୋର୍ଟରେ ଶୁଣାଣୀ ବେଳେ ସେମାନେ ଦର୍ଶାଇଥିଲେ ଯେ ସଂସଦ ଭବନରେ ତିଆରି କରାଯାଇଥିବା ସିଂହ ଗୁଡିକ ଆକ୍ରମଣାତ୍ମକ ଦେଖା ଯାଉଛନ୍ତି ।
ରାଷ୍ଟ୍ରୀୟ ପ୍ରତୀକର ଡିଜାଇନ ଗୁଡିକରେ କୌଣସି ପ୍ରକାର ପରିବର୍ତନ କରାଯାଇ ପାରିବ ନାହିଁ ବୋଲି ଆଇନରେ ଉଲ୍ଲେଖ ରହିଛି ।ସବୁ ତର୍କ ଶୁଣି ସାରିଲା ପରେ ସୁପ୍ରିମକୋର୍ଟ କହିଛନ୍ତି ଯେ ନୂଆ ସଂସଦ ଭବନରେ ସ୍ଥାପନା କରାଯାଇଥିବା ଅଶୋକ ସ୍ତମ୍ଭ ଭାରତର ରାଜ୍ୟ ପ୍ରତୀକ ଅଧିନିୟମର କୌଣସି ପ୍ରକାର ଉଲ୍ଲଂଘନ କରୁ ନାହିଁ ।ବିରୋଧୀ ଦଳ ମାନଙ୍କ ପକ୍ଷରୁ ମଧ୍ୟ ସେତେବେଳେ ଏହି ସିଂହ ମାନଙ୍କୁ ନେଇ ପ୍ରଶ୍ନ କରାଯାଇଥିଲା ।
ସେତେବେଳେ ବିରୋଧୀ ମାନେ କହିଥିଲେ ଯେ ଏହି ଚାରି ସିଂହ ଗୁଡିକର ସଂରଚନାରେ ପରିବର୍ତନ କରି ମୋଦୀ ସରକାର ସମ୍ବିଧାନର ଉଲ୍ଲଂଘନ କରିଛନ୍ତି । ସାରନାଥରେ ଥିବା ମ୍ୟୁଜିୟମର ମୂଳ ଅଶୋକ ସ୍ତମ୍ଭରେ ସିଂହ ମାନଙ୍କର ମୁହଁ ସେତେ ଖୋଲା ନାହିଁ ହେଲେ ଏଥିରେ ସିଂହ ମାନଙ୍କର ମୁହଁ ଖୋଲା ରହିଛି୍ । ସେତେବେଳେ କଂଗ୍ରେସ ନେତା ଜୟରାମ ରମେଶ ଓ ଏଆଇଏମଏମ ନେତା ଅସାଦୁଦ୍ଦିନ ଓବେସୀ ଏହାର ପ୍ରବଳ ବିରୋଧ କରିଥି୍ଲେ । ଜୟରାମ ରମେଶ କହିଥିଲେ ଯେ ସାରନାଥରେ ଥିବା ଅଶୋକ ସ୍ତମ୍ଭର ସିଂହ ମାନଙ୍କର ଚରିତ୍ର ଓ ପ୍ରକ଼ୃତିକୁ ସମ୍ପୂର୍ଣ ଭାବେ ବଦଳାଇ ଦେବା ଭାରତର ଜାତୀୟ ପ୍ରତୀକର ଲଜାଜନକ ଅପମାନ ।
ଭାରତ ଖବର ଆହୁରି ପଢ଼ନ୍ତୁ ।