ସତରେ ଖଞ୍ଜଣୀ ମାଡରେ ଅଭ୍ୟସ୍ତ ଥିବା ଲୋକେ ବି ଏ ପିଲା ଆଗେ ହାର୍ ମାନିଯିବେ। ସନାତନ ଧର୍ମର ସୁନ୍ଦରତା ହିଁ ଏହି କୁନି ଭକ୍ତର ଏକାଗ୍ରତାରୁ ହିଁ ଜଣାପଡୁଛି। ଧାର୍ମିକ ଭାବନା ଆଉ ସଂସ୍କୃତି ଏ କୁନି ପିଲା ସହ ଓତଃପ୍ରତ ଭାବେ ଜଡିତ। ଭକ୍ତିର ଆକ୍ଷରିକ ଅର୍ଥଜଣା ନଥିଲେ ମଧ୍ୟ ଭକ୍ତିର ଭାବରେ ସେ ହଜିଯାଇଛି।
ଅନ୍ୟମାନଙ୍କ ସହ ମିସି ମଜିଛି କିର୍ତ୍ତନରେ । ଯେତେବେଳେ ଯେଉଁଟି ଯେଉଁ ଭାବ ଦେବା କଥା ମଧ୍ୟ ଦେବାକୁ ଭୁଲୁ ନାହିଁ। କୁନି ଭକ୍ତର ଏହି ଖଞ୍ଜଣୀମାଡ ଭିଡିଓ ଏବେ ବେସ୍ ଭାଇରାଲ ହେବାରେ ଲାଗିଛି। ଏ ଭିଡିଓଟି କେଉଁ ଯାଗାର ତାହା ଜଣାପଡିନଥିବେଳେ କିନ୍ତୁ ଏ କୁନି ଭକ୍ତର ଖଞ୍ଜଣୀ ମାଡ ମନ ମୋହୁଛି ସମସ୍ତିଙ୍କର।
ଭାରତ ଖବର ଆହୁରି ପଢ଼ନ୍ତୁ ।