ବର୍ତ୍ତମାନ କରୋନା ସଂକ୍ରମଣ ମାମଲା ଦୁଇ କୋଟି ଅତିକ୍ରମ କରିଛି। ସେହିଭଳି ତିରିଶ ଲକ୍ଷରୁ ଅଧିକ ସକ୍ରିୟ ମାମଲା ଅଛି। ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ହେଉଥିବାରୁ ମେ 15 ପର୍ଯ୍ୟନ୍ତ ରାଜ୍ୟରେ ତାଲାବନ୍ଦ ଘୋଷଣା କରାଯାଇଥିବା ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଟୁଇଟ ଯୋଗେ ସୂଚନା ଦେଇଛନ୍ତି।
ତାଲାବନ୍ଦ ଘୋଷଣା କରି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି ଯେ, କ୍ୟାବିନେଟର ପ୍ରସ୍ତାବ ଉପରେ ଆମେ ଆଜି ଲକଡାଉନ ନିଷ୍ପତ୍ତି ନେଇଛୁ । ଏ ନେଇ ବିସ୍ତୃତ ନିର୍ଦ୍ଦେଶନାମା ଜାରି କରାଯିବ। ଲକଡାଉନ ସମୟରେ ଅତ୍ୟାବଶ୍ୟକ ସେବାକୁ ଅନୁମତି ରହିବ।
ପୂର୍ବରୁ ରାଜ୍ୟର ସଂକ୍ରମଣ ସ୍ଥିତି ଦେଖି ହାଇକୋର୍ଟ ସରକାରଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବାକୁ କହିଥିଲେ। ନେହେଲେ 4 ତାରିଖ ପରେ କୋର୍ଟ ନିଷ୍ପତି ନେବେ ବୋଲି କହିଥିଲେ। ବିହାରରେ ପିଜିଟିଭ ଙ୍କ ସଂଖ୍ୟା 5 ଲକ୍ଷ ଅତିକ୍ରମ କରିଛି। ସେଥି ମଧ୍ୟରୁ 398559 ଜଣ ସୁସ୍ଥ ହୋଇଛନ୍ତି , ବର୍ତ୍ତମାନ ମଧ୍ୟ 107667 ଜଣ ଲୋକ ସଂକ୍ରମିତ ଅଛନ୍ତି।