ଜୁଲାଇ ୧୮ରୁ ଆରମ୍ଭ ହେଉଥିବା ମୌସୁମୀ ଅଧିବେଶନର ମୋଟ୍ ୨୬ ଦିନରେ ୧୮ କାର୍ଯ୍ୟ ଦିବସ ରହିଛି । ଅଗଷ୍ଟ ୧୨ରେ ଅଧିବେଶନ ସରୁଥିବା ବେଳେ ଅଗଷ୍ଟ ୧୦ରେ ଭେଙ୍କେୟା ନାଇଡୁଙ୍କ କାର୍ଯ୍ୟକାଳ ଅଗଷ୍ଟ ୧୦ରେ ସମାପ୍ତ ହେଉଛି । ଏହା ହେଉଛି ସ୍ଵାଧୀନତାର ୭୫ତମ ବର୍ଷ ପୂର୍ତ୍ତିର ଅଧିବେଶନ । ଏଥିପାଇଁ ସକରାତ୍ମକ ଏବଂ ସାଥର୍କ ଆଲୋଚନା ହେଉ ବୋଲି କହିଛନ୍ତି ବାଚସ୍ପତି ବିରଲା ।
ବାଚସ୍ପତି ଓମ ବିର୍ଲାଙ୍କ ଅଧ୍ୟକ୍ଷତାରେ ବସିଛି ସର୍ବଦଳୀୟ ବୈଠକ

ଅର୍ଗସ ବ୍ୟୁରୋ : ଜୁଲାଇ ୧୮ରୁ ଆରମ୍ଭ ହେବାକୁ ଯାଉଛି ଲୋକସଭାର ମୌସୁମୀ ଅଧିବେଶନ । ଏହା ପୂର୍ବରୁ ବାଚସ୍ପତି ଓମ ବିର୍ଲାଙ୍କ ଅଧ୍ୟକ୍ଷତାରେ ଆଜି ବସିଛି ସର୍ବଦଳୀୟ ବୈଠକ। ଏଥିରେ ବାଚସ୍ପତି ମୌସୁମୀ ଅଧିବେଶନ କେମିତି ସୁରୁଖୁରୁରେ ଚାଲିବ ସେ ନେଇ ଶାସକ ଏବଂ ବିରୋଧୀ ଦଳଗୁଡିକର ସହଯୋଗ କାମନା କରିଛନ୍ତି । ମାତ୍ର ବୈଠକରେ ଅନେକ ରାଜନୈତିକ ଦଳ ଯୋଗ ଦେଇଥିଲେ ମଧ୍ୟ ଆହୁରି ଅନେକ ଦଳ ତଥା ସମେନଙ୍କର ନେତା ଯୋଗ ଦେଇନାହାଁନ୍ତି ।
Download Argus News App
