
ନୂଆଦିଲ୍ଲୀ: ନିର୍ବାଚନକୁ ନେଇ ମଧ୍ୟପ୍ରଦେଶ ରାଜନୀତି ସରଗରମ ହେବାରେ ଲାଗିଛି । ଆଜି ଭୋପାଳରେ ଦିଗବିଜୟ ସିଂହ ରୋଡ୍ ସୋ କରିଥିଲେ । ତେବେ ଏହି ରୋଡ ସୋରେ ମୋଦି ଲହରୀ ଦେଖିବାକୁ ମିଳିଥିଲା । ରୋଡ ସୋରେ ମୋଦି ନାରା ଶୁଣିବାକୁ ମିଳିଥିଲା । ତେବେ ଏହି ଘଟଣା ଏବେ ଯାଇ ପହଞ୍ଚିଛି ଥାନାରେ । ମୋଦି ନାରା ଦେଉଥିବା ବିରୋଧରେ ରୁଜୁ ହୋଇଛି ମାମଲା । ୪ଜଣ ବିରୋଧରେ ମାମଲା ରୁଜୁ କରାଯାଇଛି । ଭୋପାଳରେ ଦିଗବିଜୟ ସିଂହ କଂଗ୍ରେସ ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କ ବିପକ୍ଷରେ ବିଜେପି ସାଧ୍ୱୀ ପ୍ରଜ୍ଞାଙ୍କୁ ପ୍ରାର୍ଥୀ କରିଛି ।
ଭୋପାଳରେ ରାଜନୀତି ଜୋର ଧରିଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଦିଗବିଜୟ ସିଂହ କମ୍ପ୍ୟୁଟର ବାବାଙ୍କ ସହ ସହରରେ ରୋଡ୍ ସୋ କରିଛନ୍ତି । ମଙ୍ଗଳବାର ଦିନ ଦିଗବିଜୟ ନିଜର ଜିତ ପାଇଁ କମ୍ପ୍ୟୁଟର ବାବାଙ୍କ ସହ କିଛି ପୂଜାପାଠ କରିଥିଲେ । ରାମ ମନ୍ଦିର ପ୍ରସଙ୍ଗରେ ସାଧୁସନ୍ଥମାନେ ବିଜେପିକୁ ବିରୋଧ କରିବା ସହ କଂଗ୍ରେସକୁ ସମର୍ଥନ କରିଛନ୍ତି । ପ୍ରାୟ 3ହଜାର ସାଧୁସନ୍ଥ ଦିଗବିଜୟ ସିଂହଙ୍କୁ ସମର୍ଥନ କରୁଥିବା ଜଣାପଡିଛି ।
