ସୋମବାର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ଡଃ ବିରେନ୍ଦ୍ର କୁମାର ଏହାକୁ ଉପସ୍ଥାପିତ କରିଥିଲେ, ଯାହା ଆଜି ପାରିତ ହୋଇଛି । ବିଲ ସପକ୍ଷରେ 385 ଜଣ ଭୋଟ ଦେଇଥିବା ବେଳେ କେହି ମଧ୍ୟ ବିରୋଧ କରି ନଥିଲେ ।
ଏହା ପୂର୍ବରୁ ବିଲ ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ସରକାର କହିଥିଲେ ଏହି ବିଲ ଆସିବା ପରେ ରାଜ୍ୟ ସରକାର ଗୁଡିକୁ ଓବିସି ଲିଷ୍ଟ ପ୍ରସ୍ତୁତ କରିବାରେ ଅଧିକାର ମିଳିବ । ଚଳିତ ଅଧିବେଶନର ଆଜି ହେଉଛି ପ୍ରଥମ ଦିନ ଯେଉଁଠି ଶାନ୍ତିପୂର୍ଣ୍ଣ ଭାବେ ଚର୍ଚ୍ଚା ହୋଇଥିଲା।