କରୋନା ସଙ୍କଟ ସମୟରେ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା
ଅର୍ଗସ ବ୍ୟୁରୋ: କରୋନାରୁ ମୁକ୍ତ ହେଲେ ଲୋକସଭା ବାଚସ୍ପତି ଓମ ବିର୍ଲା । ଏନେଇ ସେ ଟ୍ୱିଟ କରି ସୂଚନା ଦେଇଛନ୍ତି । ତାଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିଥିବାବେଳେ ବର୍ତ୍ତମାନ ସେ ସୁସ୍ଥ ଥିବା କହିଛନ୍ତି । ଏହାସହ ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରିଥିବା ସମସ୍ତ ଦେଶବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
My Covid-19 Report is Negative and I am fit and healthy now.
I am grateful to all well-wishers from India & abroad for having prayed for my good health. Thank you. — Om Birla (@ombirlakota) April 3, 2021
ସୂଚନାଯୋଗ୍ୟ, ମାର୍ଚ୍ଚ 19ରେ ଲୋକସଭା ବାଚସ୍ପତି କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏହାପରେ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ତରଫରୁ ସୂଚନା ଦିଆଯାଇଛି ।