
ନିର୍ବାଚନୀ ବିଗୁଲ ବାଜିବା ପରେ ଆରମ୍ଭ ହୋଇଯାଇଛି ଟିକଟ୍ କସରତ । ଗତକାଲି ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ ଇନ୍ଦୋରରୁ ରିଭା ପାଇଁ ଏୟାରପୋର୍ଟରେ ଅପେକ୍ଷା କରିଥିଲେ । ତେବେ ବିଳମ୍ବ କାରଣରୁ ଦିଗବିଜୟ ଏୟାରପୋର୍ଟରେ କଂଗ୍ରେସ କର୍ମକର୍ତ୍ତାଙ୍କ ସହ ଟିକଟ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଦିଗବିଜୟ କହିଥିଲେ ଯେ ଇନ୍ଦୋରରୁ କିଏ ପ୍ରାର୍ଥୀ ହେଲେ ଭଲ ହେବ । ଏହା କହି ସେ ପଙ୍କଜ ସାଙ୍ଘଭି, ସତ୍ୟନାରାୟଣ ପଟେଲ, ପ୍ରୀତି ଅଗ୍ନିହୋତ୍ରୀ, ଅରବିନ୍ଦ ବାଗଡୀ, ଅର୍ଚ୍ଚନା ଜୟସ୍ୱାଲ ଓ ପୁନମ ମାଥୁର ଓ ଶେଷରେ କାର୍ଯ୍ୟକାରୀ ଅଧ୍ୟକ୍ଷ ବିନୟ ବାକଲୀଭାଲଙ୍କ ନାଁ ନେଇଥିଲେ । ବିନୟ ମଧ୍ୟ ନିଜର ଆଗ୍ରହ ହେଖାଇବାରୁ ଦିଗବିଜୟ କହିଥିଲେ ଯେ, ସେ ଏ ପ୍ରସଙ୍ଗରେ କମଲନାଥଙ୍କ ସହ ଆଲୋଚନା କରିବେ । ତେବେ ଏହି ସମୟରେ କମଳନାଥଙ୍କ କଲ୍ ଆସିଥିଲା ।
ଦିଗବିଜୟ ସ୍ପିକର ଅନ୍ କରି କଥାବାର୍ତ୍ତ ଆରମ୍ଭ କରିଥିଲେ ଏବଂ କହିଥିଲେ,
ଦିଗବିଜୟ- ଇନ୍ଦୋରରୁ ବିନୟକୁ ପ୍ରାର୍ଥୀ କରାଯାଉ
କମଲନାଥ- ନା, ସେ ବିଜୟୀ ପ୍ରାର୍ଥୀ ନୁହେଁ ।
ଦିଗବିଜୟ- ସ୍ପିକର ଅନ୍ ଅଛି ।
କମଲନାଥ- ଭଲ ପ୍ରାର୍ଥୀ
କଂଗ୍ରେସ ନେତା- ସ୍ଥାନୀୟ ଲୋକଙ୍କୁ ଟିକଟ ଦିଆଯାଉ
ଦିଗବିଜୟ- ଆପଣ କୁହନ୍ତି କିଏ ଭଲ ପ୍ରାର୍ଥୀ ରହିବ ।
ସୁଭେଗ ରାଠୀ- ଆପଣଙ୍କ ଠାରୁ ଭଲ ପ୍ରାର୍ଥୀ ଆଉ କିଏ । ଆପଣ ନିର୍ବାଚନ ଲଢିବେ ତ ବିଜୟ ନିଶ୍ଚିତ । ଏହାପରେ ଦିଗବିଜୟ କହିଥିଲେ ପତ୍ନୀ ଅମୃତା ନିର୍ବାଚନ ଲଢିବେନି ଏବଂ ତାଙ୍କୁ ଯେଉଁଠୁ ଠିଆ କରାଯିବ ସେ ସେଠାରୁ ଲଢିବେ ।
