ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ବାଜିଛି ବିଗୁଲ । ଦେଶର 543ଟି ଲୋକସଭା ନିର୍ବାଚନ ପାଇଁ 7ଟି ପର୍ଯ୍ୟାୟରେ ମତଦାନ ହେବ । ତେବେ ଲୋକଙ୍କ ନଜର ଏବେ ସେହି ସିଟ୍ ଉପରେ ରହିଛି ଯେଉଁଠାରୁ ହାଇପ୍ରୋଫାଇଲ ନେତା ସଂସଦ ଯିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ କରି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ସୋନିଆଙ୍କ ସିଟ୍ ସାମିଲ ଅଛି । ଏହା ସହିତ ଶରଦ ପାୱାରଙ୍କ ଲୋକସଭା ଆସନ ଉପରେ ମଧ୍ୟ ସମସ୍ତଙ୍କର ନଜର ରହିଛି ।
ଦେଶର ସବୁଠୁ ହାଇପ୍ରୋଫାଇଲ ନେତା ଉତ୍ତର ପ୍ରଦେଶରୁ ନିର୍ବାଚିତ ହୋଇଥାନ୍ତି । ଉତ୍ତରପ୍ରଦେଶର ବାରଣାସୀ ମୋଦିଙ୍କ କ୍ଷେତ୍ର । ପୁଣି ଥରେ ଏଠାରୁ ମୋଦି ନିଜ ଭାଗ୍ୟ ପରୀକ୍ଷା କରିବେ । ଏଠାରେ ଶେଷ ତଥା ଅନ୍ତିମ ପର୍ଯ୍ୟାୟରେ ମେ 19ରେ ମତଦାନ ହେବ ।
କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନିର୍ବାଚନୀ କ୍ଷେତ୍ର ଆମେଠୀରେ ପଞ୍ଚମ ପର୍ଯ୍ୟାୟ ତଥା ମେ 6 ତାରିଖରେ ମତଦାନ ହେବ । ଏଠାରେ ରାହୁଲଙ୍କ ବିପକ୍ଷରେ ସ୍ମୃତି ଇରାନୀ ନିର୍ବାଚନୀ ମଇଦାନକୁ ଓହ୍ଲାଇବାର ସମ୍ଭାବନା ରହିଛି । ସେହିପରି ସୋନିଆ ଗାନ୍ଧୀ ରାୟବରେଲୀରେ ନିର୍ବାଚନ ଲଢିବେ । ଏଠାରେ ମେ 6ତାରିଖରେ ମତଦାନ ହେବ ।
ସେହିପରି ଲକ୍ଷ୍ନୌରେ ଗୃହମନ୍ତ୍ରୀ ରାଜନାଥ ସିଂହ ଲଢିବାକୁ ଥିବା ବେଳେ ଏଠାରେ ପଞ୍ଚମ ପର୍ଯ୍ୟାୟ ତଥା ମେ 6ରେ ମତଦାନ ହେବ । ଲକ୍ଷ୍ନୌ ହେଉଛି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ କମର୍ଭୂମି ।
ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ମୁଖ୍ୟ ମୁଲାୟମ ସିଂହ ଯାଦବ ମେନପୁରୀ ଆସନରୁ ଲଢିବେ । ଏଠାରେ ଏପ୍ରିଲ 23ରେ ମତଦାନ ହେବ । ଅଖିଳେଶ ଯାଦବଙ୍କ ପତ୍ନୀ କନୌଜରୁ ଲଢିବାକୁ ଥିବା ବେଳେ ଏଠାରେ 29 ଏପ୍ରିଲରେ ମତଦାନ ହେବ ।
ଏନସିପି ଅଧ୍ୟକ୍ଷ ଶରଦ ପାୱାର ମହାରାଷ୍ଟ୍ରର ସୋଲାପୁରର ମାଢା ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଲଢିବାକୁ ଥିବା ବେଳେ ଏଠାରେ ଏପ୍ରିଲ 23ରେ ମତଦାନ ହେବ । ନାଗପୁରରେ ନୀତିନ ଗଡକାରୀ ଲଢିବେ ଏବଂ ଏଠାରେ ଏପ୍ରିଲ 11ରେ ମତଦାନ ହେବ ।
ଅର୍ଗସ ବ୍ୟୁରୋ: ‘ବିଗ୍ ବସ୍ ୧୬’ ଫେମ୍ ଅର୍ଚ୍ଚନା ଗୌତମଙ୍କୁ କିଏ ବା ନଜାଣେ। ଆରେ ଭଇୟା ଡାଇଲଗ ପାଇଁ ସେ ଖୁବ ଚର୍ଚ୍ଚାରେ। ହେଲେ ବର୍ତ୍ତମାନର ଚର୍ଚ୍ଚା ଅସଦାଚରଣ ଅଭିଯୋଗ ଆଣିଛନ୍ତି ଅର୍ଚ୍ଚନା। ଯାହାକୁ ନେଇ ମାମଲା ମଧ୍ୟ ଦାୟର ହୋଇଛି। କେବଳ ସେତିକି ନୁହେଁ, ୟୁପି ହସ୍ତିନାପୁରର ପୂର୍ବତନ ଲୋକସଭା ପ୍ରାର୍ଥୀ ଓ ‘ବିଗ୍ ବସ୍ ୧୬’ ଫେମ୍ ଅର୍ଚ୍ଚନା ଗୌତମଙ୍କୁ ଦଳରୁ ବାହାର କରିଛି କଂଗ୍ରେସ । ଅନେକ ମାମଲାରେ ତାଙ୍କର ସମ୍ପୃକ୍ତିକୁ ଦୃଷ୍ଟିରେ ରଖି ମେରଠ କଂଗ୍ରେସ ମହାନଗର ଏବଂ ଜିଲ୍ଲା କମିଟି ତାଙ୍କୁ ଦଳରୁ ବହିଷ୍କାର କରିବାକୁ ନିଷ୍ପତ୍ତି ନେଇଛନ୍ତି । କୁହାଯାଉଛି ଯେ ଅର୍ଚ୍ଚନା ଗୌତମ ମଧ୍ୟ ପ୍ରିୟଙ୍କା ଗାନ୍ଧୀଙ୍କ ପିଏ ସନ୍ଦୀପ ସିଂଙ୍କ ବିରୋଧରେ ମାମଲା ଦାୟର କରିଛନ୍ତି । ପାର୍ଟି ମୁଖ୍ୟାଳୟରେ ସନ୍ଦୀପ ସିଂ ମଧ୍ୟ ଉପସ୍ଥିତ ଥିଲେ ଯେତେବେଳେ ଅର୍ଚ୍ଚନା ଗୌତମଙ୍କ ସହ ଅସଦାଚରଣ କରାଯାଇଥିଲା ।
ଅର୍ଚ୍ଚନା ଗୌତମ ଶୁକ୍ରବାର ଦିନ ତାଙ୍କ ପିତାଙ୍କ ସହ ଦିଲ୍ଲୀର କଂଗ୍ରେସ ମୁଖ୍ୟାଳୟରେ ପହଞ୍ଚିଥିଲେ । ଯେହେତୁ ସେ ଦଳର ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଏବଂ ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀଙ୍କୁ ଭେଟି ମହିଳା ସଂରକ୍ଷଣ ବିଲରେ ଅଭିନନ୍ଦନ ଜଣାଇବାକୁ ଚାହୁଁଥିଲେ, କିନ୍ତୁ ତାଙ୍କୁ କଂଗ୍ରେସ ମୁଖ୍ୟାଳୟରେ ପ୍ରବେଶ ଅନୁମତି ଦିଆଯାଇ ନଥିଲା ଏବଂ କିଛି ମହିଳା ତାଙ୍କ ସହ ଅସଦାଚରଣ ମଧ୍ୟ କରିଥିଲେ ।
ମହିଳା ସଂରକ୍ଷଣ ବିଲକୁ ନେଇ ଅଭିନନ୍ଦନ ଜଣାଇବାକୁ ଆସିଥିବା ବେଳେ ଦଳର ମୁଖ୍ୟାଳୟ ବାହାରେ ତାଙ୍କସହ ମାରପିଟ୍ କରାଯାଇଥିବା ଅର୍ଚ୍ଚନା ଗମ୍ଭୀର ଅଭିଯୋଗ କରିଛନ୍ତି । ତାଙ୍କ ପିତା ମଧ୍ୟ ତାଙ୍କ ସହ ଥିଲେ କିନ୍ତୁ ମୁଖ୍ୟାଳୟରେ କେହି ପ୍ରବେଶ କରିନଥିଲେ । ୨୯ ସେପ୍ଟେମ୍ବରରେ ଦିଲ୍ଲୀର କଂଗ୍ରେସ କାର୍ଯ୍ୟାଳୟରେ ବିବାଦ ପରେ ଅର୍ଚ୍ଚନା ଗୌତମଙ୍କ ବିରୋଧରେ କଂଗ୍ରେସ ଏହି ପଦକ୍ଷେପ ନେଇଛି ।
ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: ବାଲେଶ୍ୱର ନୀଳଗିରିର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ନୂଆ ବିଲଡିଂର ଚଟାଣରେ ଶୋଇଥିଲେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ। ରାତି 12ଟା ବେଳକୁ ହଠାତ୍ କରିଡର ଓ ୱାର୍ଡ ଭିତରକୁ ଜୋରରେ ମାଡ଼ିଆସିଥିଲା ବର୍ଷା ପାଣି। ଦେଖୁ ଦେଖୁ ଚାରିଆଡ଼େ ଖେଳିଯାଇଥିଲା ବର୍ଷା ପାଣି। ହଠାତ୍ କେହି କିଛି ବୁଝି ପାରିନଥିଲେ। ନୂଆ କରି ନିର୍ମିତ ହସପିଟାଲ ବିଲଡିଂ ଭିତରକୁ ଏତେ ପାଣି ଆସିଲା କେଉଁଠାରୁ। କେଉଁ ରୋଗୀଠାରେ ସାଲାଇନ ଲାଗିଥିଲା ତ କେଉଁ ଗୁରୁତର ରୋଗୀ ବେଡ୍ଅ ନପାଇ ଚଟାଣରେ ଶୋଇଥିଲେ। ସମ୍ପର୍କୀୟମାନେ ଜୀବନ ବିକଳରେ ସେମାନଙ୍କୁ ଶୁଖିଲା ଜାଗାକୁ ଟେକି ନେଇଥିଲେ।
ରୋଗୀ ଓ ସମ୍ପର୍କୀୟମାନେ ରାତିଅଧିଆ କଲବଲ ହେଉଥିବା ବେଳେ କୌଣସି ଡାକ୍ତର କିମ୍ବା ଅଧିକାରୀଙ୍କର ଦେଖା ମିଳିନଥିଲା। ଏ ଘଟଣାକୁ ନେଇ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି।ଇଏ ଖୋର୍ଦ୍ଧା ଓଳସିଂ ସ୍ଥିତ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ଦୃଶ୍ୟ। ଦିନ ସାଢେ 11 ଟା ବାଜି ଲାଣି। ଡାକ୍ତର କିମ୍ବା କମ୍ପାଉଣ୍ଡରଙ୍କର ଦେଖା ନାହିଁ। ରୋଗୀମାନେ ଡାକ୍ତରଖାନାରେ ରୁଣ୍ଡ ହୋଇ ଡାକ୍ତରଙ୍କୁ ଅପେକ୍ଷା କରିଛନ୍ତି।
ସକାଳ 8ଟାରୁ ଡାକ୍ତରଖାନା ଖୋଲିଲାଣି କିନ୍ତୁ ଡାକ୍ତର ଓ କମ୍ପାଉଣ୍ଡରଙ୍କ ଚୌକି ଖାଲି ପଡ଼ିଛି। ଗାଁ ଲୋକଙ୍କ କହିବା ହେଲା ଇଏ ନିତିଦିନିଆ କଥା।ବଡ଼ ବଡ଼ ବିଲଡିଂ ଛିଡ଼ା କରି ରଙ୍ଗ ବୋଳି ଚିକକ୍ଣ କରିଦେଲେ ହେବନି। ରୋଗୀ ସେବା ଯଦି ମିଳିବ ନାହିଁ ଏସବୁ ମୂଲ୍ୟହୀନ। କେବଳ ନୀଳଗିରି କିମ୍ବା ଖୋର୍ଦ୍ଧାର କଥା ନୁହେଁ ସାରା ରାଜ୍ୟରେ ସ୍ବାସ୍ଥ୍ୟସେବାର ଏପରି ବିକଳ ଚିତ୍ର ଦେଖିବାକୁ ମିଳୁଛି। ଯାହା 23 ବର୍ଷ ସ୍ଥିର ସରକାରର ପୁରୁଷାର୍ଥ ଉପରେ ଉଠାଇଛି ପ୍ରଶ୍ନ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ମଧ୍ୟପ୍ରଦେଶ ଭୋପାଳ ଠାରେ ବେଶ ଧୁମଧାମରେ ପାଳନ କରାଯାଉଛି ୧୦ମ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ । ସମ୍ବଲପୁରୀ ପରିବାର ଭୋପାଳ ପକ୍ଷରୁ ଆୟୋଜିତ ହେଉଛି ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ । ରାଜ୍ୟ ବାହାରେ ଅଛନ୍ତି ହେଲେ ନିଜର କଳା ସଂସ୍କୃତି ଭୁଲିନାହାନ୍ତି ସେଠାରେ ବସବାସ କରୁଥିବା ପଶ୍ଟିମ ଓଡିଶାବାସୀ।
ଏହି କାର୍ଯ୍ୟକ୍ରମର ଯୋଗଦେବା ପାଇଁ ପଶ୍ଚିମ ଓଡିଶାରୁ କଳାକାର ଯୋଗଦେଇଛନ୍ତି । ସମ୍ବଲପୁରୀ ନାଚ ଗୀତରେ କମ୍ପି ଉଠିଛି ପୁରା ପରିବେଶ। ପ୍ରଥମେ ଇଷ୍ଟଦେବୀ ମାଁ ସମଲେଶ୍ଵରୀଙ୍କ ପୂଜାର୍ଚ୍ଚନା ପରେ ଆରମ୍ଭ ହୋଇଛି ସାଂସ୍କୃତିକ କାର୍ଯ୍ୟକ୍ରମ ।
ଅଧିକ ପଢ଼ନ୍ତୁ ଓଡିଶା ଖବର: