ନୂଆଦିଲ୍ଲୀ: 2014 ନିର୍ବାଚନ ସମୟରେ ପ୍ରଶାନ୍ତ ସେଠୀ ନାମକ ଜଣେ ଯୁବକ ବେଶ୍ ଚର୍ଚ୍ଚାକୁ ଆସିଥିଲେ । ତେବେ ତାହାର କାରଣ ଥିଲା ନିଆରା । ଆପଣ ମଧ୍ୟ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଏହି ଯୁବକ ଜଣକ ଦେଖିଥିବା ଥିଲେ ଅବିକଳ ରାହୁଲ ଗାନ୍ଧିଙ୍କ ପରି । ଏବେ ପୁଣି ଥରେ ପ୍ରଶାନ୍ତ ଚର୍ଚ୍ଚାକୁ ଆସିଛନ୍ତି । କିନ୍ତୁ ଏଥର କାରଣ କିଛି ଭିନ୍ନ ।
ବିଜେପି ସମର୍ଥକ ପ୍ରଶାନ୍ତ ସେଠୀ ଏବେ ରାହୁଲ ପରି ଦେଖାଯିବାକୁ ଚାହୁଁନାହାନ୍ତି । ତେଣୁ ସେ ନିଜର ଓଜନ ବଢାଇବାରେ ଲାଗିଛନ୍ତି । ଏହାରି ଭିତରେ ସେ ନିଜର ଓଜନ 20 କିଲୋ ବୃଦ୍ଧି କରିସାରିଲେଣି । କେବଳ ଏତିକି ନୁହେଁ, ନିଜର ହେୟାର ଷ୍ଟାଇଲ ମଧ୍ୟ ସେ ବଦଳାଇସାରିଛନ୍ତି ।

ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଆଧାରିତ ଫିଲ୍ମରେ ସେ ରାହୁଲଙ୍କ ଭୂମିକା ନିଭାଇବାକୁ ମଧ୍ୟ ମନା କରିଦେଇଥିବା ସେ କହିଛନ୍ତି । ସେ ଏବେ ଆଉ ରାହୁଲ ପରି ଦିଶିବାକୁ ଚାହୁଁନାହାନ୍ତି ବୋଲି କହିଛନ୍ତି । ସେ କହିଛନ୍ତି ଯେ, ରାହୁଲ ଜଣେ ରାଷ୍ଟ୍ରୀୟ ନେତା ଏବଂ ସେ ତାଙ୍କର ସମ୍ମାନ କରନ୍ତି । କିନ୍ତୁ ସେ ବିଜେପି ସମର୍ଥକ ଓ ମୋଦିଙ୍କ ପ୍ରଶଂସକ । ତେଣୁ ସେ ଫିଲ୍ମରେ ଅଭିନୟ କରିବାକୁ ମନା କରିଦେଇଥିଲେ ।
ରାହୁଲଙ୍କ ଠାରେ କୌଣସି ବଡ ଉପଲବ୍ଧି ନାହିଁ, ଯାହାକୁ ନେଇ ଚର୍ଚ୍ଚା କରାଯିବ । ଦେଶର ଏକ ନାଗରିକ ହୋଇଥିବାରୁ ତାଙ୍କଠାରୁ ବହୁତ କିଛି ଆଶା କରାଯାଉଥିବା ପ୍ରଶାନ୍ତ କହିଛନ୍ତି ।
