ଯୁବତୀ ଜଣଙ୍କ ଏଭଳି ମରଣକୁ ଆମନ୍ତ୍ରଣ କରୁଥିବା ଦେଖି ପ୍ଲାଟଫର୍ମରେ ଥିବା ଯାତ୍ରୀମାନେ ପାଟି କରିବା ଆରମ୍ଭ କରିଥିଲେ । ପାଟି ଶୁଣି ପ୍ଲାଟଫର୍ମରେ ମୁତୟନ ଥିବା ସିଆଇଏସଏଫ ଯବାନମାନେ ମଧ୍ୟ ଦୌଡି ଆସିଲେ । ତଥାପି ଯୁବତୀଙ୍କ ପାଖରେ ପହଞ୍ଚି ପାରିଲେ ନାହିଁ ।
ଧଳା ସର୍ଟ ପିନ୍ଧିଥିବା ଯୁବତୀ ଜଣଙ୍କୁ ଛାତ ଉପରେ ଦେଖି, ସମସ୍ତେ ତାଙ୍କ ଉଦ୍ଦେଶ୍ୟ ବୁଝି ସାରିଥାନ୍ତି । କିନ୍ତୁ କେହି କିଛି ବୁଝବା ଆଗରୁ ସେ ଛାତ ଉପରୁ ଡେଇଁ ପଡିଲେ । ଭାଗ୍ୟ ଭଲ କିଛି ଲୋକ ତଳେ ଚାଦର ବିଛାଇ ତାଙ୍କୁ ଉଦ୍ଧାର କଲେ । ପରେ ବୁଝୁ ବୁଝୁ ଜଣାପଡିଥିଲା ପଞ୍ଜାବରେ ରହୁଥିବା ଏହି ଯୁବତୀ ଜଣକଙ୍କ ଚାକିରୀ ଚାଲିଯାଇଛି । ଯାହାର ପରିମାଣ ସ୍ବରୂପ ସେ ଡିପ୍ରେସନରେ ରହୁଥିଲେ । ଆଉ ଇଏ ଘଟଣା ହେଉଛି ତାହାରି ମୂଳ କାରଣ ।
ଛାତ ଉପରୁ ଡେଇଁପଡିଲା ବେଳକୁ ଯୁବତୀ ଜଣକ ବଞ୍ଚିଥିଲେ । କିନ୍ତୁ ପଡିଲା ବେଳେ ତାଙ୍କ ଅଣ୍ଟା ଭୁଇଁରେ ପିଟି ହୋଇ ଯାଇଥିଲା । ସେ ଚେତାଶୂନ୍ୟ ହୋଇପଡିଥିଲେ। ତାଙ୍କୁ ଡାକ୍ତରଖାନା ନିଆଗଲା । ଡାକ୍ତର ତାଙ୍କୁ ବଞ୍ଚାଇବାକୁ ଶତ ଚେଷ୍ଟା କଲେ । ଏପରିକି ଯୁବତୀ ଜଣକ ମୁକ ବୋଲି ମଧ୍ୟ ଜାଣିପାରିଲେ । କିନ୍ତୁ ସବୁ ଚେଷ୍ଟା ବିଫଳ ହେଲେ । ଯୁବତୀ ପ୍ରାଣ ହରାଇଲେ।
ଆହୁରି ଅଧିକ ଜାତୀୟ ଖବର ପଢନ୍ତୁ …