ଦୋଷୀକୁ ଫାଶୀ ଦେବା ପାଇଁ ଦାବି କରିଛନ୍ତି ମୃତ ଛାତ୍ରୀଙ୍କ ପରିବାର ଲୋକେ । ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ସେପଟେ ଘଟଣାକୁ ନେଇ ଝାଡ଼ଖଣ୍ଡ ସରକାର ଉପରେ ବର୍ଷିଛି ବିଜେପି । ଲଭ୍ ଜିହାଦ ଅଭିଯୋଗ କରିଛି । ତେବେ ରାଜ୍ୟର ଏଭଳି ସମୟରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବିଧାୟକଙ୍କୁ ନେଇ ରିସୋର୍ଟରେ ରହିଛନ୍ତି । ପିକନିକ୍ କରୁଛନ୍ତି । ଯାହାକୁ ନେଇ ବର୍ତ୍ତମାନ କାଠଗଡ଼ାରେ ଝାଡ଼ଖଣ୍ଡ ସରକାର ।
ଭାରତ ଖବର ଆହୁରି ପଢ଼ନ୍ତୁ ।
ଝାଡଖଣ୍ଡରେ ଲଭ୍ ଜିହାଦ୍

ଅର୍ଗସ ବ୍ୟୁରୋ: ଝାଡ଼ଖଣ୍ଡରେ ଛାତିଥରା ଘଟଣା । ପ୍ରେମ ସ୍ବୀକାର ନକରିବାରୁ ଜଣେ ଦ୍ବାଦଶ ଶ୍ରେଣୀର ଛାତ୍ରୀଙ୍କୁ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଛି ମୁସଲିମ ଯୁବକ ଶାହରୁଖ । ପରେ ପୀଡ଼ିତା ଜଣଙ୍କୁ ରାଞ୍ଚି ରିମ୍ସ ମେଡିକାଲରେ ଭର୍ତ୍ତି କରଯାଇଥିବାବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ଖୋଦ୍ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଅଞ୍ଚଳରେ ଏଭଳି ଘଟଣା ଘଟିଛି । ଘଟଣାକୁ ନେଇ ତାତିଛନ୍ତି ଲୋକେ । ଯାହାକୁ ନେଇ ଡୁମକାରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
Download Argus News App
