ଫେବୃୟାରୀ ୭, ରୋଜ ଡେ: ଭାଲେଣ୍ଟାଇନ ଓ୍ବିକର ଆରମ୍ଭ ଫେବୃୟାରୀ ୭ରୁ ହୋଇଥାଏ। ଏହି ସପ୍ତାହର ପ୍ରଥମ ଦିନ ରୋଜ ଡେ’ ଭାବେ ପାଳନ କରାଯାଇଥାଏ। ଏହି ଦିନ ଗୋଲାପ ଫୁଲ ପ୍ରେମୀଯୁଗଳ ପରସ୍ପରକୁ ଦେଇଥାନ୍ତି। ଏହି ଦିନ ପ୍ରେମ କେବଳ ଲାଲ ଗୋଲାପ ଦେଇ ପରିପ୍ରକାଶ କରିଥାନ୍ତି।
ଫେବୃୟାରୀ ୮, ପ୍ରପୋଜ ଡେ: ଭାଲେଣ୍ଟାଇନ ସପ୍ତାହର ଦ୍ବିତୀୟ ଦିନକୁ ପ୍ରପୋଜ ଡେ ଭାବେ ପାଳନ କରାଯାଇଥାଏ। ଏହିଦିନ ଲଭ୍ବାର୍ଡ ସେମାନଙ୍କ ହୃଦୟର କଥା ଭଲ ପାଉଥିବା ମଣିଷକୁ କହିଥାନ୍ତି। ଏହି ଦିନ ପ୍ରପୋଜ ପାଇଁ ବେଷ୍ଟ ହୋଇଥାଏ।
ଫେବୃୟାରୀ ୯, ଚକୋଲେଟ ଡେ: ଏହି ସପ୍ତାହର ତୃତୀୟ ଦିନ ହେଉଛି ଚକୋଲେଟ ଡେ। ଏହି ଦିନ ପ୍ରେମୀଯୁଗଳ ପରସ୍ପରକୁ ଚକୋଲେଟ ଉପହାର ଦିଅନ୍ତି। ଯାହାଦ୍ବାରା ସେମାନଙ୍କ ସମ୍ପର୍କରେ ଏକ ପ୍ରକାର ମିଠା ସମ୍ପର୍କ ହୋଇଥାଏ। ଏଥିରେ ସମ୍ପର୍କର ମଧୁରତା ରହିଥାଏ।
ଫେବୃୟାରୀ ୧୦, ଟେଡି ଡେ: ଭାଲେଣ୍ଟାଇନ ସପ୍ତାହର ଚତୁର୍ଥ ଦିନରେ ଟେଡି ଡେ ଭାବେ ପାଳନ କରାଯାଇଥାଏ। ଏହି ଦିନ ପ୍ରେମୀଯୋଡ଼ିମାନେ ପ୍ରେମର ସଙ୍କେତ ଭାବେ ଟେଡିକୁ ଉପହାର ଦେଇଥାନ୍ତି। ବିଶେଷ କରି ଝିଅମାନେ ଟେଡିକୁ ବହୁତ ପସନ୍ଦ କରିଥାନ୍ତି। ଟେଡି ବିୟର ମାନେ ଭାଲୁ। ଭାଲୁ ହୃଦୟର କୋମଳତାକୁ ପ୍ରକାଶ କରିଥାଏ। ସେଥିପାଇଁ ଏହି ଦିନ ଟେଡି ଦିବସ ଭାବେ ପାଳନ କରାଯାଇଥାଏ।
ଫେବୃୟାରୀ ୧୧, ପ୍ରମିସ ଡେ: ଭାଲଣ୍ଟାଇନ ଓ୍ବିକର ପଞ୍ଚମ ଦିନ ଅତ୍ୟନ୍ତ ସ୍ବତନ୍ତ୍ର ହୋଇଥାଏ। ଏହି ଦିନ ପ୍ରମିସ ଡେ ଭାବେ ପାଳନ କରାଯାଇଥାଏ। ଏହି ଦିନ ପ୍ରେମୀଯୁଗଳ ପରସ୍ପର ସହିତ ସବୁବେଳେ ସାଥ୍ ଦେବାକୁ ପ୍ରତିଶ୍ରୁତି ଦେଇଥାନ୍ତି।
ଫେବୃୟାରୀ ୧୨, ହଗ୍ ଡେ: ଭାଲେଣ୍ଟାଇନ ସପ୍ତାହର ଷଷ୍ଠ ଦିନକୁ ହଗ୍ ଡେ ବା ଆଲିଙ୍ଗନ ଦିବସ ଭାବେ ପାଳନ କରାଯାଇଥାଏ। ଏହି ଦିନ ପ୍ରେମୀଯୁଗଳ ପରସ୍ପରକୁ ଆଲିଙ୍ଗନ କରି ନିଜର ପ୍ରେମ ବ୍ୟକ୍ତ କରିଥାନ୍ତି। ଏହି ଦିନ ଳଭବାର୍ଡସଙ୍କ ପାଇଁ ସ୍ପେଶିଆଲ ହୋଇଥାଏ। ପରସ୍ପରର ମଧୁର ଆଲିଙ୍ଗନକୁ ଅନୁଭବ କରିଥାଆନ୍ତି।
ଫେବୃୟାରୀ ୧୩, କିସ୍ ଡେ: ଭାଲେଣ୍ଟାଇନ ଓ୍ବିକର ସପ୍ତମ ଦିନ କିସ୍ ଡେ ଭାବେ ପାଳନ କରାଯାଇଥାଏ। ଏହି ଦିନ ପରସ୍ପରକୁ କିସ୍ ଦେଇ ପରସ୍ପର ପ୍ରତି ନିଜର ପ୍ରେମର ପରିପ୍ରକାଶ କରିଥାଆନ୍ତି।
ଫେବୃୟାରୀ ୧୪, ଭାଲେଣ୍ଟାଇନ୍ସ ଡେ: ଭାଲେଣ୍ଟାଇନ ଓ୍ବିକର ଏହା ହେଉଛି ଅଷ୍ଟମ ତଥା ଶେଷ ଦିନ। ଏହିଦିନ ପ୍ରେମୀଯୁଗଳ ଦୁହେଁ ଦୁହିଁଙ୍କ ସହିତ କ୍ବାଲିଟି ଟାଇମ ବିତାଇଥାନ୍ତି। ପରସ୍ପର ସହିତ ଦେଖାକରି ବୁଲିବା ସହ ସମୟ ବିତାଇଥାନ୍ତି। କେହି କେହି ନିଜ ପାର୍ଟନର ସ୍ପେଶିଆଲ ଫିଲ କରାଇବାକୁ କ୍ୟାଣ୍ଡେଲ ଲାଇଟ ଡିନର ପାଇଁ ମଧ୍ୟ ଆରଞ୍ଜମେଣ୍ଟ କରାଇଥାନ୍ତି। ଭାଲେଣ୍ଟାଇନ ଡେରେ ବେଳାଭୂମିରେ ଲଭବାର୍ଡସଙ୍କର ଖଚାଖଚ ଗହଳି ମଧ୍ୟ ହୋଇଥାଏ। ତେବେ ଯାହା ହେଉନା କାହିଁକି ପ୍ରେମ ସବୁବେଳେ ଚିନ୍ତନନ ଓ ଶାଶ୍ବତ ହୋଇଥାଏ।
ଅଧିକ ଭାରତ ନ୍ୟୂଜ଼ ପଢନ୍ତୁ