ମନମୋହନ ସାମଲଙ୍କୁ କୋରାଇ ବିଜେପି ପକ୍ଷରୁ ସମ୍ବର୍ଦ୍ଧନା
ଖାଉଟିଙ୍କୁ ଆଶ୍ୱସ୍ତି, ଆଜିଠୁ ଏଲପିଜି ଦର ସିଲିଣ୍ଡର ପିଛା 10 ଟଙ୍କା କମିଲା

ଅର୍ଗସ ବ୍ୟୁରୋ: ସାଧାରଣ ଲୋକଙ୍କ ପାଇଁ ଖୁସି ଖବର । କମିଲା ଘରୋଇ ସିଲିଣ୍ଡର ଦାମ୍ । ନୂଆ ଆର୍ଥିକ ବର୍ଷ ଆରମ୍ଭରୁ ଲୋକଙ୍କୁ ଆଶ୍ୱସ୍ତି ମିଳିଛି । ଘରୋଇ ସିଲିଣ୍ଡର ଦାମ 10 ଟଙ୍କା ହ୍ରାସ ହୋଇଥିବା ନେଇ ଇଣ୍ଡିଆନ ଅଏଲ ଲିମିଟେଡ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଦର ଆଜିଠୁ ଅର୍ଥାତ୍ ଏପ୍ରିଲ 1 ରୁ ଲାଗୁ ହୋଇଛି । ଗତି କିଛି ମାସ ଧରି ଏଲପିଜି ସିଲିଣ୍ଡର ଦର ବୃଦ୍ଧି ପାଇଥିବା ବେଳେ ଏଥିରେ ହ୍ରାସ ସାଧାରଣଙ୍କୁ ଆଶ୍ୱସ୍ତି ପ୍ରଦାନ କରିବ ।
Download Argus News App
