ପ୍ରଧାନମନ୍ତ୍ରୀ ମୋଦି ମନ କି ବାତ ରେଡିଓ କାର୍ଯ୍ୟକ୍ରମ ଜରିଆରେ ପ୍ରତି ମାସ ଶେଷ ରବିବାର ଦେଶବାସୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଥାନ୍ତି। ବିଭିନ୍ନ ପ୍ରସଙ୍ଗ ନେଇ ପ୍ରଧାନମନ୍ତ୍ରୀ କାର୍ଯ୍ୟକ୍ରମରେ ଆଲୋଚନା କରିବା ସହିତ ଦେଶବାସୀଙ୍କ ମତାମତ ଲୋଡିଥାନ୍ତି।
ଅନ୍ୟପଟେ ନୂଆଦିଲ୍ଲୀ ବିଜେପି ପକ୍ଷରୁ ବି.ଆର କ୍ୟାମ୍ପ, ରେସ କୋର୍ସ ଠାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ୍ କି ବାତକୁ ନେଇ ଅନୁଷ୍ଠିତ ହେବ ସ୍ବତନ୍ତ୍ର କାର୍ଯ୍ୟକ୍ରମ। ଯେଉଁଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଧାରଣ ଜନତା ଓ ବିଜେପି କର୍ମୀଙ୍କ ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ କି ବାତ ଶୁଣିବାର କାର୍ଯ୍ୟକ୍ରମ ରହିଛି। ଏନେଇ ନୂଆଦିଲ୍ଲୀ ପ୍ରଦେଶ ବିଜେପି ପକ୍ଷରୁ ସୂଚନା ଦିଆଯାଇଛି।