ଯେଉଁଥିରେ ମଙ୍ଗଳବାର ସନ୍ଧ୍ୟା ୫ଟା ବେଳେ ତନ୍ମୟ ଖସିପଡିଥିଲେ । ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ତନ୍ମୟଙ୍କ ସହ ଲଗାତାର କଥା ହେଉଛନ୍ତି ତାଙ୍କ ପିତା । ବୋରୱେଲ ମଧ୍ୟରେ ତନ୍ମୟଙ୍କୁ ଅମ୍ଳଜାନ ଯୋଗାଇବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । ତନ୍ମୟଙ୍କର ପ୍ରତ୍ୟେକ ପଦକ୍ଷେପକୁ ସିସିଟିଭି କ୍ୟାମେରା ଦ୍ବାରା ତଦାରଖ କରାଯାଉଛି ।
ତନ୍ମୟଙ୍କୁ ଉଦ୍ଧାର ପାଇଁ ଚାଲିଛି ଅପରେସନ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ବେତୁଲ ଜିଲ୍ଲା ମଣ୍ଡାୱି ଗାଁରେ 8 ବର୍ଷର ଶିଶୁ ବୋରୱେଲରେ ପଡ଼ିବା ଘଟଣା । ଶିଶୁକୁ ସୁରକ୍ଷିତ ଉଦ୍ଧାର ପାଇଁ ଚାଲିଛି ଅପରେସନ । 400 ଫୁଟ ଗଭୀର ଗର୍ତ୍ତରେ ପ୍ରାୟ 55 ଫୁଟ ତଳେ ଅଟକି ରହିଛି ଶିଶୁ । ୩ ବର୍ଷ ପୂର୍ବରୁ ମଣ୍ଡାୱି ଗାଁରେ ଏକ ବୋରୱେଲ ପାଇଁ ଏକ ଗାତ ଖୋଳା ହୋଇଥିଲା ।
Download Argus News App
