[caption id="attachment_118333" align="alignnone" width="496"]
[/caption]
ଆୟୋଜକଙ୍କ କହିବାନୁଯାୟୀ ଏହି ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମରେ ଲକ୍ଷାଧିକ ଲୋକ ପହଞ୍ଚିଥିଲେ । ଇନ୍ଦୋର ବ୍ୟତୀତ ଉଜ୍ଜେନ୍, ଦେବାସ ଓ ରାଉ ସହ ଆଖପାଖ ଅଞ୍ଚଳର ଲୋକମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ପ୍ରସାଦ ଗ୍ରହଣ କରିବା ପାଇଁ ଆସିଥିବା ଲୋକମାନେ ରାସ୍ତା କଡ଼ରେ ଛିଡ଼ା ହୋଇ ନିଜ ପାଳି ପଡ଼ିବା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ ।
ଲୋକଙ୍କୁ ଭୋଜନ କରେଇବା ପାଇଁ ମଧ୍ୟ ଅନେକଙ୍କ ମଧ୍ୟରେ ଆଗ୍ରହ ଥିଲା ଓ ସେମାନେ ନିଜ ଆଡ଼ୁ ଆସି ସହଯୋଗର ହାତ ବଢ଼ାଇଥିଲେ । ଇ-ରିକ୍ସା, ବାଇକ୍, ଲୋଡ଼ିଙ୍ଗ୍ ରିକ୍ସା ଭଳି ଅନେକ ବାହାନ ଦ୍ୱାରା ଖାଇବା ପରୋଷା ଯାଇଥିଲା । ଏହି ମହାଭୋଜନରେ ପାଣି ବାଣ୍ଟିବା ପାଇଁ ସ୍ଥାନୀୟ ଲୋକମାନେ ଦାୟିତ୍ୱ ନେଇଥିଲେ । ଲୋକମାନେ ନିଜ ଘର ଓ ଦୋକାନ ସାମ୍ନାରେ ପାଣି ଜାର ରଖିଥିଲେ । ଏହି ଭୋଜିକାରଣରୁ ହଜାର ହଜାର ଲୋକଙ୍କ ଘରେ ରୋଷେଇ ମଧ୍ୟ ବନ୍ଦ ରହିଥିଲା । ସ୍ଥାନୀୟ ଲୋକେମାନେ ନିଜର ପୁରା ପରିବାର ସହ ଭୋଜି ପାଇଁ ସହଯୋଗ କରିଥିଲେ । 7 କିଲୋମିଟର ବ୍ୟବଧାନରେ ଲୋକମାନେ ନିଜ ସୁବିଧା ଅନୁସାରେ ଖାଇବା ପାଇଁ ସ୍ଥାନ ଚିହ୍ନଟ କରି ବସିଥିଲେ ।
ଏହି ଭୋଜିରେ ପୁରି, ରାମଭାଜୀର ତରକାରୀ ଏବଂ ନୁକ୍ତି ଦିଆଯାଇଥିଲା । ଏହା ଇନ୍ଦୋରରେ ଏକ ଲୋକପ୍ରିୟ ଖାଦ୍ୟ । ସମ୍ପୂର୍ଣ୍ଣ ପ୍ରସାଦ ଦେଶୀ ଘିଅରେ ପ୍ରସ୍ତୁତ କରାଯାଇଥିଲା । ଏଥିରେ 2000 ଡବ୍ବା ସୁଦ୍ଧ ଘିଅ, 90 ଟିଣ ତେଲ, 1000 କ୍ୱିଣ୍ଟାଲ ଅଟା, 1000 କ୍ୱିଣ୍ଟାଲ ଚିନୀ, 500 କ୍ୱିଣ୍ଟାଲ ବେସନ, 500 କ୍ୱିଣ୍ଟାଲ ଆଳୁ, 500 କ୍ୱିଣ୍ଟାଲ ପରିବା ବ୍ୟବହାର କରାଯାଇଥିଲା । ଖାଲି ସେତିକି ନୁହେଁ ଏଥିରେ ପ୍ରାୟ 500 କିଲୋ ମସଲା ମଧ୍ୟ ପ୍ରୟୋଗ କରାଯାଇଛି ।
ସୂଚନାଯୋଗ୍ୟ, ବିଜେପିର ରାଷ୍ଟ୍ରୀୟ ମହାସଚିବ କୈଳାଶ ବିଜୟବର୍ଗୀୟ 16 ବର୍ଷ ପୂର୍ବେ ପିତେଶ୍ୱର ହନୁମାନଙ୍କ ଏହି ମୂର୍ତ୍ତି ସ୍ଥାପନ ପାଇଁ ସଂକଳ୍ପ ନେଇଥିଲେ । ସେ କହିଥିଲେ କି ମୂର୍ତ୍ତିରେ ପ୍ରାଣ ପ୍ରତିଷ୍ଠା ପର୍ଯ୍ୟନ୍ତ ଅନ୍ନ ଗ୍ରହଣ ନକରିବାର ସଂକଳ୍ପ ପୁରା ହୋଇଛି ।
अद्भुत एवं ऐतिहासिक 'नगर भोज' !!!
ये साक्षात ईश्वर का आशीर्वाद ही है कि 10 लाख लोगों के भोजन की व्यवस्था होने के बाबजूद 14 लाख लोग अभी तक इस नगर भोज में भोजन कर चुके है और भोजन बनने की प्रक्रिया अभी भी चालू है।
जय जय श्री राम ???#पितरेश्वर_हनुमान#PitreshwarDham pic.twitter.com/T5kJTpbixp— Kailash Vijayvargiya (@KailashOnline) March 3, 2020