म.प्र: दमोह जिले के पथरिया की महिला विधायक रामबाई का यह वीडियो इस समय वायरल हो रहा है। रामबाई वही हैं जिनके पति पर हत्या का आरोप है। समय-समय पर उनके अपने क्षेत्र के लोगों की समस्या के निराकरण के दौरान उऩके संवादों के वीडियो वायरल होते रहते हैं #ViralVideo pic.twitter.com/TAcb6x65FT — Hindustan (@Live_Hindustan) September 28, 2021
ଗ୍ରାମବାସୀଙ୍କ ସହ ଏକ ବୈଠକରେ ଏକାଠି ହୋଇଛନ୍ତି ବିଧାୟକ ଏବଂ ଲାଞ୍ଚ ନେଇଥିବା ଅଧିକାରୀ। ଆଉ ଏହି ବୈଠକରେ ଗରିବ ଗ୍ରାମବାସୀ ଲୁଟର ଶିକାର ହୋଇଥିବା ଅଭିଯୋଗ କରୁଛନ୍ତି। କିଏ କହୁଛି ମୁଁ ୫ ହଜାର ଦେଇଛି, ତ କିଏ କହୁଛି ମୁଁ ୯ ହଜାର ଦେଇଛି । ଏ ସବୁ ହାତ ଯୋଡି ବିଧାୟକଙ୍କ ସାମ୍ନାରେ କହିବା ପରେ ଅଫିସରଙ୍କୁ ତାଗିଦ୍ କରିବା ବଦଳରେ ଲାଞ୍ଚର ପରିମାଣ କମାଇବାକୁ କହୁଛନ୍ତି ବିଧାୟକ।
ରିପୋର୍ଟ ଅନୁଯାୟୀ, ଦୁଇଜଣ ନିଯୁକ୍ତି ସହାୟକଙ୍କ ବିରୋଧରେ ସାତୁଆ ଗାଁର ବାସିନ୍ଦା ରାମବାଇଙ୍କୁ ଅଭିଯୋଗ କରି ଆସିଥିଲେ। ଯେଉଁଠି ବିଧାୟକ ଏହି ମନ୍ତବ୍ୟ ଦେଇଛନ୍ତି। ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ ଦୁହେଁ ସେମାନଙ୍କଠାରୁ ହଜାର ହଜାର ଟଙ୍କା ନେଇ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ ଘର ବଣ୍ଟନ କରିଥିଲେ।