ଆସାମ ରନ୍ଧନ ଐତିହ୍ୟର ଏକ ଅଂଶ ମ୍ୟାଜିକ୍ ରାଇସ ଚକୋୱା। ଏହି ଅନନ୍ୟ ଚାଉଳ ଶକ୍ତିଶାଳୀ ଅହୋମ ରାଜବଂଶର ସୈନ୍ୟବାହିନୀର ଥିଲା ମୁଖ୍ୟ ଖାଦ୍ୟ। ପ୍ରାୟତଃ ଆସାମର ପାହାଡିଆ ଅଞ୍ଚଳର ଆଦିବାସୀମାନେ ଏହି ଚାଷ କରିଥାନ୍ତି। ଏହାକୁ ବ୍ରହ୍ମପୁତ୍ର ନିକଟ ତଳିଆ ଅଞ୍ଚଳରେ ଚାଷ କରାଯାଏ ଏବଂ ଆସାମର ଟିନ୍ସୁକିଆ, ଧମାଜୀ, ଡିବ୍ରୁଗଡ, ଲାଖିମପୁର, ଶିବସାଗର, ଜୋରହାଟ, ଗୋଲାଘାଟ, ନାଗାଓଁ, ମୋରିଗାଓଁରେ ଚାଷ କରାଯାଏ।
ଏହା ଏକ ଶୀତକାଳୀନ ଚାଉଳ, ଯାହାକୁ ସାଲି ଚାଉଳ କୁହାଯାଏ। ମାତ୍ର ୧୪୫ଦିନରେ ହୋଇଥାଏ ଏହି ଚାଷ। ୧୦.୭୩ପ୍ରତିଶତ ଫାଇବର ଓ ୬.୮ପ୍ରତିଶତ ପ୍ରୋଟିନ ରହିଥାଏ। ଚାଉଳକୁ ଥଣ୍ଡା କିମ୍ବା ଉଷୁମ ପାଣିରେ ଭିଜାଇବା ପରେ ସିଧାସଳଖ ଖାଇ ପାରିବେ। ଏହି ଚାଉଳକୁ ପୂର୍ବରୁ ସିଝାଇ ଶୁଖାଯାଏ, ତାପରେ ସଞ୍ଚୟ କରି ରଖାଯାଏ। ଖାଇବା ପୂର୍ବରୁ ଏହାକୁ ଖାଲି ଭିଜାଯାଏ। ଅନ୍ୟ ଚାଉଳ ତୁଳନାରେ ଏହି ଚାଉଳ ଅଧିକ ପୁଷ୍ଟିକର ହୋଇଥାଏ। କଦଳୀ, ଚିନି, ବନ୍ଧାକୋବି ସହିତ ଖିଆଯାଏ। ଏହି ଚାଉଳ ଆସାମୀୟ ଭୋଗ ତିଆରିରେ ମଧ୍ୟ ବ୍ୟବହୃତ କରାଯାଏ।
ଅଧିକ ପଢ଼ନ୍ତୁ ଭାରତ ଖବର