ଥିଏଟର ଚେନ୍ ପରିଚାଳନା ସହ ଜଡିତ ବରିଷ୍ଠ ଅଧିକାରୀମାନେ ଶନିବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଭେଟିଥିଲେ। ଥିଏଟର ଖୋଲିବା ସମ୍ପର୍କରେ ଆଲୋଚନା କରିଥିଲେ। ସିଏମ ଠାକରେ ଏହି ବୈଠକରେ ରାଜ୍ୟର ସମସ୍ତ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ଡାକିଥିଲେ।
ମହାରାଷ୍ଟ୍ର: ଅକ୍ଟୋବର 22ରୁ ରାଜ୍ୟରେ ଖୋଲିବ ସମସ୍ତ ସିନେମା ହଲ୍

ନୂଆଦିଲ୍ଲୀ: ଅକ୍ଟୋବର 22 ରୁ ରାଜ୍ୟରେ ସମସ୍ତ ସିନେମା ହଲ୍ ଖୋଲିବା ନେଇ ଘୋଷଣା କରିଛନ୍ତି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ । କରୋନା ମହାମାରୀର ଦ୍ୱିତୀୟ ତରଙ୍ଗ ଯୋଗୁଁ ରାଜ୍ୟରେ ପ୍ରେକ୍ଷାଳୟ ବନ୍ଦ ହେତୁ ପ୍ରାୟ ଏକ ଡର୍ଜନ ମେଗା ବଜେଟ୍ ଚଳଚ୍ଚିତ୍ର ରିଲିଜ୍ ଅଟକି ରହିଥିଲା। ଦେଶରେ ହିନ୍ଦୀ ଚଳଚ୍ଚିତ୍ର ବ୍ୟବସାୟରେ ମହାରାଷ୍ଟ୍ର ରାଜ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି।
Download Argus News App
