ମହିଳା ଦିବସ ଉପଲକ୍ଷେ ଖୁସିରେ ଝୁମିଲେ ଟ୍ରାଫିକ ପୋଲିସ୍
ଅର୍ଗସ ବ୍ୟୁରୋ: ମହାରାଷ୍ଟ୍ରରେ ପୁଣି ଫେରିଲା ଲକଡାଉନ । ରାଜ୍ୟର ଅମରାବତୀ ଏବଂ ଜବତମାଲ ଜିଲ୍ଲାରେ ପୁଣି ଥରେ ଲକଡାଉନ୍ ଲାଗୁ କରାଯାଇଛି । ଜବତମାଲ୍ ଜିଲ୍ଲାରେ ବଢ଼ୁଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଦେବେନ୍ଦ୍ର ସିଂହ ଏହି ଘୋଷଣା କରିଛନ୍ତି ।
ଜବତମାଲରେ ୨୮ ଫେବୃଆରୀ ପର୍ଯ୍ୟନ୍ତ ସ୍କୁଲ-କଲେଜ୍ ବନ୍ଦ ରହିବ। ରେଷ୍ଟୁରାଣ୍ଟ, ଫଙ୍କସନ୍ହଲ୍ ଏବଂ ବିବାହ ଉତ୍ସବରେ କ୍ଷମତା ଅନୁସାରେ ୫୦ ପ୍ରତିଶତ ଲୋକ ହିଁ ଏକତ୍ର ହୋଇପାରିବେ। ଏହା ବ୍ୟତୀତ ଅନ୍ୟ ସ୍ଥାନରେ ୫ରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ । ସେହିପରି ଅମରାବତୀ ଜିଲ୍ଲାରେ ଶନିବାର ୮ରୁ ସୋମବାର ସକାଳ ୭ ଯାଏ ଲକଡାଉନ ବଳବତ୍ତର ରହିବ।