ଶନିବାର ଦିନ ବିଡ ପୋଲିସ ଏହି ଘଟଣା ସମ୍ପର୍କରେ ସୂଚନା ଦେଇଛି। ଏହି ହୃଦୟ ବିଦାରକ ଘଟଣା ଶୁକ୍ରବାର ଦିନ ସିରସାଲା ଗ୍ରାମରେ ଘଟିଛି। ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ଆଲାବକ୍ଷ ଅହମ୍ମଦ ଶେଖ ପ୍ରଥମ ପତ୍ନୀ ଶବନମ (22) ଏବଂ ପରେ ଝିଅ ଆଶିଫାଙ୍କ ଗଳା କାଟି ଦେଇଥିଲେ। ଏହା ପରେ ସେ ନିଜେ ଆତ୍ମହତ୍ୟା କରିଥିଲେ। ତେବେ ଏପରି ଯୁବକ ଜଣଙ୍କ କଣ ପାଇଁ କଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।
ପତ୍ନୀ ଏବଂ ଦୁଇ ବର୍ଷର ଝିଅକୁ ଗଳାକାଟି ହତ୍ୟା ପରେ ନିଜେ କଲେ ଆତ୍ମହତ୍ୟା

ମୁମ୍ବାଇ: ନିଜ ପତ୍ନୀ ଏବଂ ଦୁଇ ବର୍ଷର ଝିଅକୁ ଛୁରୀରେ ଗଳା କାଟି ହତ୍ୟା କରିବା ପରେ ନିଜକୁ ଫାଶୀ ଦେଇ ହତ୍ୟା କଲା ଯୁବକ। ଏପରି ଏକ ହୃଦୟ ବିଦାରକ ଘଟଣା ଘଟିଛି ମହାରାଷ୍ଟ୍ରର ବିଡ୍ ଜିଲ୍ଲାରେ। ଜଣେ 28 ବର୍ଷୀୟ ଯୁବକ ନିଜ ପରିବାରୁ ନିଜ ହାତରେ ମୁଳପୋଛ କରିବାରେ ପରେ ନିଜେ ଦୁନିଆ ଛାଡିଲେ।
Download Argus News App
