ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ୨୪ ଘଣ୍ଟାରେ ୮ହଜାର ୪୭୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୫୩ ଜଣଙ୍କର ମୃତ୍ୟୁ ହୋଇଛି । ମୁମ୍ବାଇରେ ଏଯାଏଁ କରୋନାର ୮୭ ହଜାର ୬୯୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।
କରୋନା ଯୋଗୁଁ ୧୧ ଶହ ୮୮ଟି କୋଠା ସିଲ କରାଯାଇଛି । ମହାରାଷ୍ଟ୍ରରେ ମେ’ ମାସ ୧ ତାରିଖ ସକାଳ ୭ଟା ପର୍ଯ୍ୟନ୍ତ କରୋନା କର୍ଫ୍ୟୁ ଲାଗୁ ହୋଇଛି । ଏହି ସମୟରେ ଅତି ଜରୁରୀ ନଥିଲେ ଲୋକେ ବାହାରକୁ ଯାଇପାରିବେ ନାହିଁ ।
ଜରୁରୀକାଳୀନ କାମ ଥିଲେ ସ୍ଥାନୀୟ ପ୍ରଶାସନକୁ ଅନୁମତି ମାଗିବାକୁ ପଡ଼ିବ । ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଉଛି । ଏଥି ପାଇଁ ମୁମ୍ବାଇ ପୋଲିସ ଟିମ କାମ କରୁଛି । ପୋଲିସ ପକ୍ଷରୁ କଲର କୋଡ ଜାରି କରାଯାଇଛି ।