ମୁମ୍ବାଇ: ମହାରାଷ୍ଟ୍ରରେ ମେ’ 1ରୁ ଲାଗୁ ହେବ ଏନପିଆର । ଏନପିଆର ଲାଗୁ ନେଇ ଉଦ୍ଧବ ଠାକରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ସରକାରଙ୍କ ଏହି ନିଷ୍ପତିକୁ ନେଇ ବିରୋଧି ଦଳମଧ୍ୟରେ ଆଲୋଚନା ପର୍ଯ୍ୟାଲୋଚନା ଜାରି ରହିଛି । ତେବେ କେନ୍ଦ୍ରୀୟ ଗୃହ ମନ୍ତ୍ରାଳୟ ମେ’ 1ରୁ ଜୁନ୍ 15 ପର୍ଯ୍ୟନ୍ତ ଏନପିଆର ସମ୍ପର୍କିତ ସୂଚନା ଏକତ୍ର କରିବାର ଅଧିସୂଚନା ଜାରି କରିଦେଇଛନ୍ତି । ଏପଟେ ମହାରାଷ୍ଟ୍ରର ରେଜିଷ୍ଟର ଜେନେରାଲ ଓ ଜନଗଣନା ଆୟୁକ୍ତ (ଆରଜିସିସି)ର କାର୍ଯାଳୟ ତରଫରୁ ଏନପିଆର ଓ ଜନଗଣନାକୁ ନେଇ ରାଜ୍ୟ ଅଧିକାରୀଙ୍କ ସହ 6 ଫେବ୍ରୁଆରୀରେ ଏବ ବୈଠକ କରାଯାଇଥିଲେ ।
ଏହି ଦୁଇ ପ୍ରକ୍ରିୟାକୁ ଲାଗୁ କରିବା ପାଇଁ ପାଖାପାଖି 3.34 ଲକ୍ଷ କର୍ମଚାରୀ ମୁତୟନ କରାଯାଇଛି । ଏହାକୁ ନେଇ ମହାରାଷ୍ଟ୍ର ସରକାର ବହୁତ ଶିଘ୍ର ଅଧିସୂଚନା ଜାରି କରିବେ । ଜନଗଣନା ସଞ୍ଚାଳନ ର ନିର୍ଦ୍ଦେଶକ ପିକେ ଚକ୍ରବର୍ତ୍ତୀ ଗଣମାଧ୍ୟମକୁ ଦେଇଥିବା ସୁଚନାନୁଯାୟୀ ଏନପିଆର ପାଇଁ ପାଖାପାଖି 11,000 ଲୋକଙ୍କର ଏକ ଟିମ୍ ନିଯୁକ୍ତି କରାଯିବ । ଏହି ପ୍ରକ୍ରିୟାର ପ୍ରଥମ ପର୍ଯ୍ୟାୟ ମଧ୍ୟ ଆରମ୍ଭ ହୋଇଯାଇଛି ।
ଅର୍ଗସ ବ୍ୟୁରୋ: ମଦ ବ୍ୟବସାୟୀଙ୍କ ଘରେ ଆଇଟି ରେଡ କରିବା ପ୍ରସଙ୍ଗରେ ବିଜେଡି ଉପରେ ବର୍ଷିଛନ୍ତି ବିଜେପି ଉପସଭାନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର।
ବିଜେଡ଼ି ନେତା ଏବଂ ରାଜ୍ୟ ସରକାରଙ୍କ ସଂପୃକ୍ତି ନେଇ ସାଂଘାତିକ ଅଭିଯୋଗ ଆଣିଲା ବିଜେପି । ସେ କହିଛନ୍ତି ଯେ, ମନ୍ତ୍ରୀ ନିରଞ୍ଜନ ପୂଜାରୀ, ପ୍ରଦୀପ ଅମାତ, ଟୁକୁନି ସାହୁ ଏବଂ ବିଜେଡ଼ି ନେତା ଯୋଗେଶ ସିଂଙ୍କ ଭଳି ନେତା ସଂପୃକ୍ତ ଅଛନ୍ତି ବୋଲି ବିଜେପିର ଅଭିଯୋଗ । କଂଗ୍ରେସର ଝାଡ଼ଖଣ୍ଡ ସାଂସଦ ହେଉଛନ୍ତି ମାଲିକ । କିନ୍ତୁ ବିଜେଡ଼ି ହେଉଛି ମ୍ୟାନେଜର । ଭିଜିଲାନ୍ସ, କ୍ରାଇମ ବ୍ରାଞ୍ଚ, ଅବକାରୀ ବିଭାଗ, ଇଓଡବ୍ଲ୍ୟୁ କଣ କରୁଥିଲେ ? ଏହି ମଦ ବ୍ୟବସାୟୀ ହିଁ ନିର୍ବାଚନ ସମୟରେ ବିଜେଡିର ମଦ ଏବଂ ଟଙ୍କାର ସୋର୍ସ ।
ବାରମ୍ବାର ଗୋଟିଏ କମ୍ପାନୀକୁ ଟେଣ୍ଡର ନେଇ ମଧ୍ୟ ପ୍ରଶ୍ନ ଉଠାଇଛି ବିଜେପି । ମୁଖ୍ୟମନ୍ତ୍ରୀ ତାଙ୍କ ନେତା ଏବଂ ମନ୍ତ୍ରୀଙ୍କ ସଂପୃକ୍ତି ନେଇ ସ୍ପଷ୍ଟ କରନ୍ତୁ । ମୋଦିଙ୍କ ଗ୍ୟାରେଣ୍ଟି ଯୋଗୁଁ ଏତେ ବଡ ରେଡ ସମ୍ଭବ ହୋଇଛି । ପୂର୍ବରୁ କଂଗ୍ରେସ ଶାସନରେ କେତେ ଟଙ୍କା ଆତ୍ମସାତ ହେଇଥିଲା କେହି ଜାଣି ପାରୁନଥିଲେ । ମୋଦି ଗ୍ୟାରେଣ୍ଟି ଦେଇଛନ୍ତି, ଯେଉଁଠି ଦୁର୍ନୀତି ହେବ ସେ ଟଙ୍କା ଧାରା ପଡ଼ିବ ଏବଂ ଲୋକଙ୍କ ପାଖକୁ ଫେରିବ ।
ଅଧିକ ପଢ଼ନ୍ତୁ ଓଡିଶା ଖବର: