ମୁମ୍ବାଇ: ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ସସପେନ୍ସ ଶେଷ ହେବାର ନଜର ଆସୁଛି । ଶିବସେନା, ଏନସିପି ଓ କଂଗ୍ରେସର ନେତାମାନେ ଆସନ୍ତା କାଲି ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀଙ୍କୁ ସାକ୍ଷାତ କରିବେ ।
ଏନସିପି ମୁଖ୍ୟ ଶରଦ ପାଓ୍ୱାର କହିଛନ୍ତି ସରକାର ଗଠବନ୍ଧନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି, ଯେଉଁ ସରକାର ହେଉ ତାହା 5 ବର୍ଷ ପର୍ଯ୍ୟନ୍ତ ଚାଲିବ । ତେବେ ଆସନ୍ତା କାଲି ତିନି ଦଳର ନେତା ରାଜ୍ୟପାଳଙ୍କୁ ସାକ୍ଷାତ କରିବା ପାଇଁ ଯାଉଛନ୍ତି । ଏହି ସାକ୍ଷାତରେ କୃଷକମାନଙ୍କ ସମସ୍ୟା ଉପରେ ଆଲୋଚନା ହେବ ବୋଲି ସୂଚନା ମିଳିଛି ।
20 ଦିନ ମଧ୍ୟରେ ମହାରାଷ୍ଟ୍ରରେ ସରକାର ଗଠନ ହେବାର ଆଶା କରିଛନ୍ତି ଏନସିପି ନେତା । ଏନସିପି ନେତା ନବାବ ମଲିକ ଆଜି ଏକ ଗଣମାଧ୍ୟମକୁ କହିଛନ୍ତି ଯେ, 20 ଦିନ ମଧ୍ୟରେ ସରକାର ଗଠନ ହୋଇପାରେ । ସେ ଏହା ମଧ୍ୟ କହିଛନ୍ତି ମୁଖ୍ୟମନ୍ତ୍ରୀ ଶିବସେନାର ହିଁ ହେବ ।
NCP leader Sharad Pawar on Maharashtra government formation: The process to form government has begun, the government will run for full 5 years. pic.twitter.com/fJ8HOD6u9N
— ANI (@ANI) November 15, 2019
