କିଛି ଜାତୀୟ ଗଣମାଧ୍ୟମରେ ସିନ୍ଧେ ବର୍ତ୍ତମାନ ସୁରଟର ଗ୍ରାଣ୍ଡ୍ ଭଗବତୀ ହୋଟେଲରେ ରହିଥିବା କୁହାଯାଉଛି । ନିର୍ବାଚନ ଜିତିବା ପରେ ବିଜେପି ପ୍ରାର୍ଥୀ କହିଛନ୍ତି ‘ଆମେ ବହୁତ ଖୁସି ଯେ ମହାରାଷ୍ଟ୍ର ବିଜେପି ଉପରେ ବିଶ୍ୱାସ ରଖିଛି । ଶିବସେନା ଓ କଂଗ୍ରେସର ବିଧାୟକମାନେ କ୍ରସ ଭୋଟିଂ ନିଶ୍ଚୟ କରିଛନ୍ତି । ନଚେତ୍ ଆମେ ଏତେ ଭୋଟ୍ ପାଇନଥାନ୍ତୁ।’
ସୋମବାର ବିଳମ୍ବିତ ରାତିରେ ମହାରାଷ୍ଟ୍ରର ୧୦ ସିଟ୍ରେ ହୋଇଥିବା ବିଧାନ ପରିଷଦ ନିର୍ବାଚନ ଫଳାଫଳ ଘୋଷଣା ହୋଇଥିଲା। ଯେଉଁଥିରେ ବିଜେପିର ୫ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଯେତେବେଳେ କି ଏନ୍ସିପି ଓ ସିବସେନାର ୨ ଜଣ ଲେଖାଏଁ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। କଂଗ୍ରେସର ଜଣେ ପ୍ରାର୍ଥୀ ବିଜୟୀ ହୋଇଛନ୍ତି ।