
ଅର୍ଗସ ବ୍ୟୁରୋ : ଆମେରିକାରେ ଜଣେ କୃଷ୍ଣକାୟ ବ୍ୟକ୍ତ ଜର୍ଜ ଫ୍ଲୋୟର୍ଡଙ୍କ ପୋଲିସ ହେପାଜତରେ ମୃତ୍ୟୁ ପରେ ସାରା ଦେଶରେ ଲାଗିଥିବା ବିଦ୍ରୋହର ବହ୍ନି ଥମିବାର ନାମ ନେଉ ନାହିଁ। ବିଭିନ୍ନ ସ୍ଥାନରେ ବିଦ୍ରୋହକାରୀମାନେ ପୋଡ଼ାଜଳା କରୁଥିବା ବେଳେ ଦୋକାନ ବଜାର ସବୁ ଭଙ୍ଗାରୁଜା କରୁଛନ୍ତି। ଏହାର ସୁଯୋଗ ନେଇ ବହୁ ଅସାମାଜିକ ତତ୍ତ୍ଵ ଲୁଟପାଟ୍ କରୁଛନ୍ତି।
ଏହି କ୍ରମରେ ଆମେରିକାର ୱାସିଂଟନ୍ ଡିସିରେ ଥିବା ଭାରତୀୟ ଦୂତାବାସ ନିକଟରେ ଅବସ୍ଥାପିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ କ୍ଷତି ପହଁଚାଇଛନ୍ତି କିଛି ଉପଦ୍ରବକାରୀ। ତେବେ ଏହି ଘଟଣାକୁ ନେଇ ପୋଲିସ ଯାଂଚ୍ ପ୍ରକ୍ରିୟା ଆରମ୍ଭ କରିଦେଇଛି। ଏପରିକି ଆମେରିକା ଏହି ପ୍ରସଙ୍ଗରେ ଭାରତ ନିକଟରୁ କ୍ଷମା ପ୍ରାର୍ଥନା କରିଛି।
ଭାରତୀୟ ଦୂତାବାସ ଏହି ଘଟଣା ନେଇ ମେଟ୍ରୋପୋଲିୟନ ପୁଲିସ ଥାନାରେ ଅଭିଯୋଗ କରିଥିଲା। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେପ୍ଟେମ୍ଵର 30ରେ ୱାସିଂଟନରେ ଥିବା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ପୁଷ୍ପାଞ୍ଜଳୀ ଅର୍ପଣ କରିଥିଲେ।
