ଦେଶର ଭିନ୍ନ ଭିନ୍ନ ପ୍ରାନ୍ତରେ ଭିନ୍ନ ଭିନ୍ନ ଢଙ୍ଗରେ ଏହି ଉତ୍ସବ ପାଳିତ ହୋଇଥାଏ। ଉତ୍ତର ଭାରତରେ ଗୁଡି ଉଡାଣ ମହୋତ୍ସବର ଆୟୋଜନ ହେଉଥିବା ବେଳେ ଦକ୍ଷିଣ ଭାରତରେ ପୋଙ୍ଗଲ ପାଳୀ ଧ୍ବନୀ ପ୍ରଜ୍ବଳନ କରି ଉତ୍ସବ ପାଳନ କରାଯାଏ। ବାର୍ଷିକ ରବି ଫସଲର ପ୍ରାରମ୍ଭ ଏବଂ ଅଧିକାଶଂ ସ୍ଥାନରେ ଧାନ ଅମଳର ସମୟରେ ଏହାକୁ ପାଳନ କରାଯାଏ। ଓଡ଼ିଶାରେ ଏହି ସମୟରେ ମକର ଚାଉଳ ଭୋଗ ଲାଗିବାର ବିଧି ଓ ପରମ୍ପରା ରହିଛି। ଏଣୁ ଏହାକୁ ଆମେ ଋତୁ ଭିତ୍ତିକ ପର୍ବ ବୋଲି ମଧ୍ୟ କହିପାରିବା।
ଭାରତ ର କୃଷକମାନେ ଜଳବାୟୁ ପରିବର୍ତ୍ତନର ପ୍ରଭାବର ସମ୍ମୁଖୀନ ହୋଇସାରିଛନ୍ତି। ଏବଂ ପରିବର୍ତ୍ତିତ ପାଣିପାଗ ସହିତ ଭଲ ଭାବରେ ଖାପ ଖୁଆଇ କେଉଁ ସମୟରେ କିଭଳି କୃଷି କରାଯିବ ସେ ସମ୍ପର୍କରେ ଭଲରେ ଜାଣିଛନ୍ତି। ଏଣୁ ମକର ସଂକ୍ରାନ୍ତି କୃଷି ପ୍ରଧାନ ଭାରତ ବର୍ଷରେ ଏକ ପାରମ୍ପରିକ ଗଣପର୍ବ ବୋଲି କହିଲେ ଆଦୌ ଭୁଲ ହେବନି।