କେବଳ ଏତିକି ନୁହେଁ ଚେହେରା ଖରାପ ହେବାପରେ ବର ଏବଂ ତାଙ୍କ ସମ୍ପର୍କୀୟମାନେ ମଧ୍ୟ ବିବାହ ପାଇଁ ମନା କରିଦେଇଥିଲେ। ତେବେ ଏହି ଘଟଣାଟି ଆରାସିକେରରୁ ଆସିଛି। ବର୍ତ୍ତମାନ ଯୁବତୀଙ୍କର ଚିକିତ୍ସା କରାଯାଉଛି। ମିଡିଆ ରିପୋର୍ଟ ଅନୁଯାୟୀ, ଯୁବତୀ କିଛି ଅଭିନବ ପ୍ରୟାସ କରିବାକୁ ଚାହୁଁଥିଲେ। ପ୍ରଥମେ ଫାଉଣ୍ଡେଶନ ଲଗାଇବା ପରେ ଗରମ ବାଷ୍ପରେ ଷ୍ଟିମ ନେଇଥିଲେ। ଏହାର କିଛି ସମୟ ପରେ ତାଙ୍କ ଚେହେରା କଳା ହେବା ସହ ଫୁଲି ଯାଇଥିଲା। ଯୁବତୀଙ୍କୁ ଦେଖି ସବୁ ଡରିଯାଇଥିଲେ।
ପରିବାର ଲୋକ ଝିଅର ଏପରି ଅବସ୍ଥା ଦେଖି ପୋଲିସ ଷ୍ଟେସନରେ ପାର୍ଲର ମାଲିକଙ୍କ ନାଁରେ ଅଭିଯୋଗ କରିଥିଲେ। ପୋଲିସ ପାର୍ଲର ମାଲିକଙ୍କୁ ଡକାଇ ପଚରାଉଚରା କରୁଛି। ତାଙ୍କ ଅବସ୍ଥା ଦେଖି ପରିବାର ସଦସ୍ୟ କାନ୍ଦୁଛନ୍ତି। ବର ତାଙ୍କ ଅବସ୍ଥା ଦେଖିବାପରେ ବିବାହ କରିବାକୁ ମନା କରିଦେଇଥିଲେ।