ବିଶେଷ କରି ବିଧାନସଭା ନିର୍ବାଚନ ଜିତିବା ପରେ ଦିଦିଙ୍କ ନଜର ୨୦୨୪ ଲୋକସଭା ନିର୍ବାଚନ ଉପରେ ରହିଛି । ତେଣୁ ଏହି ଗସ୍ତ କାଳରେ ସେ ବିରୋଧି ଦଳ ନେତୃବୃନ୍ଦଙ୍କ ସହ ତୃତୀୟ ମୋର୍ଚ୍ଚା ନେଇ ଆଲୋଚନା କରିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। ଏହି କ୍ରମରେ ସେ କଂଗ୍ରେସର ଅନ୍ତରୀଣ ଅଧକ୍ଷା ସୋନିଆ ଗାନ୍ଧୀ, ବରିଷ୍ଠ କଂଗ୍ରେସ ନେତା ଅଭିଷେକ ମନୁ ସିଙ୍ଗଭି, କମଳନାଥକୁ ମଧ୍ୟ ଭେଟିବେ ବୋଲି ଜଣାପଡିଛି।
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ ଦିଦି, ୫ଦିନିଆ ଦିଲ୍ଲୀ ଗସ୍ତରେ ମମତା

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ ଦିଦି । ୫ଦିନିଆ ଦିଲ୍ଲୀ ଗସ୍ତରେ ଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଅପରାହ୍ନ ୪ଟାରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ମୋଦିଙ୍କ ସହ ଆଲୋଚନା ପରେ ସେ ଏକ ସାମ୍ବାଦିକ ସମ୍ମିଳନୀ କରିବେ । ତେବେ ମମତା ପ୍ରଧାନମନ୍ତ୍ରୀଙ୍କ ସହ କେଉଁ ବିଷୟରେ ଆଲୋଚନା କରିବେ ସେନେଇ ରାଜନୀତି ଜୋର ଧରିଛି। ୨୦୨୧ ବିଧାନସଭା ନିର୍ବାଚନ ପରେ ମମତାଙ୍କ ଏହା ପ୍ରଥମ ଦିଲ୍ଲୀ ଗସ୍ତ। ଏହି ସମୟରେ ସେ ପ୍ରଧାନମନ୍ତ୍ରୀଙ୍କ ସହିତ ଅନ୍ୟ ବିରୋଧି ଦଳ ନେତାମାନଙ୍କୁ ଭେଟିବେ।
Download Argus News App
