ନୀତି ଆୟୋଗ ବୈଠକରେ ଯୋଗଦେବା ପାଇଁ ମମତା ବାନାର୍ଜୀ ସଂପ୍ରତି ଚାରି ଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି । ଦିଲ୍ଲୀ ଗସ୍ତ କାଳରେ ଅଗଷ୍ଟ ୭ରେ ନୀତି ଆୟୋଗ ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗଦେବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୭ରେ ନୀତି ଆୟୋଗ ପରିଚାଳନା ପରିଷଦ ବୈଠକରେ ଅଧ୍ୟକ୍ଷତା କରିବେ, ଯେଉଁଠାରେ କୃଷି, ସ୍ଵାସ୍ଥ୍ୟ ଏବଂ ଅର୍ଥନୀତି ସମ୍ବନ୍ଧୀୟ ପ୍ରସଙ୍ଗ ଉପରେ ଆଲୋଚନା ହେବ ।
ଭାରତ ଖବର ଆହୁରି ପଢ଼ନ୍ତୁ ।
ଚାରି ଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି ମମତା ବାନାର୍ଜୀ

ଅର୍ଗସ ବ୍ୟୁରୋ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଆଲୋଚନା କାଳରେ ମୁଖ୍ୟମନ୍ତ୍ରୀ ମମତା କେନ୍ଦ୍ର ସରକାରଙ୍କ ଉପରେ ପଶ୍ଚିମବଙ୍ଗର ବକେୟା ଥିବା ଜିଏସଟି ବାବଦ ଦେୟ ସମେତ ଏକାଧିକ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି । ତେବେ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ଵାରା ପାର୍ଥ ଚାଟାର୍ଜୀଙ୍କୁ ଗିରଫ କରାଯିବାର କିଛି ଦିନ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ମମତାଙ୍କର ଏହି ବୈଠକକୁ ନେଇ ରାଜନୀତିଜ୍ଞ ମହଲରେ ଅନେକ କଳ୍ପନାଜଳ୍ପନା ଆରମ୍ଭ ହୋଇଛି ।
ମାଟି ତଳୁ ମିଳିଲା ମହିଳାଙ୍କ ଗଳିତ ମୃତଦେହ

ବାଲେଶ୍ୱର: ବାଲେଶ୍ୱର ସୋରରେ ମାଟି ତଳୁ ବାହାରିଲା ମହିଳାଙ୍କ ଗଳିତ ମୃତଦେହ । ମହିଳାଙ୍କୁ ଶ୍ୱଶୁର ଓ ଦିଅର ପିଟି ପିଟି ହତ୍ୟା ପରେ ପୋତି ଦେଇଥିବା ଅଭିଯୋଗ । ଏନେଇ ବାଲେଶ୍ବର ସୋର ଥାନାରେ ଅଭିଯୋଗ ହେବା ପରେ ସୋର ପୋଲିସ ଏବଂ ସ୍ଥାନୀୟ ତହସିଲଦାର ପହଁଚି ମାଟି ତଳୁ ମୃତଦେହ ଖୋଳି ବାହାର କରିବା ସହ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇଛନ୍ତି । ମୃତ ମହିଳା ହେଉଛନ୍ତ
Download Argus News App
