ଘଟଣା ହେଉଛି, ପଞ୍ଜାବ ଜଳନ୍ଧରର। ଯେଉଁଠି ଜଣେ ଶ୍ରମିକଙ୍କୁ ୪ଜଣ ମହିଳା ଆଖିରେ ରସାୟନିକ ସ୍ପ୍ରେ ପକାଇ ଅପହରଣ କରିଛନ୍ତି। ତାପରେ ଜଙ୍ଗଲରେ ଦୁଷ୍କର୍ମ କଲେ। ମନ ପୁରିଯିବା ପରେ ଯୁବକକଙ୍କୁ ଏକ ନିଛାଟିଆ ସ୍ଥାନରେ ଫିଙ୍ଗି ଚାଲିଯାଇଥିଲେ। ।
ଜାତୀୟ ଗଣମାଧ୍ୟମର ତଥ୍ୟ ମୁତାବକ ଯୁବକ ଜଣଙ୍କ ନିଜ କାମ ସାରି ଫେରୁଥିଲା ବେଳେ ଏହି କାଣ୍ଡ ଘଟିଛି। କପୁରତାଲା ରୋଡ୍ ନିକଟରେ ଏକ କାର ତାଙ୍କ ସାମ୍ନାରେ ଅଟକିଥିଲା । ଯେଉଁଥିରେ ଚାରି ଜଣ ଝିଅ ଥିଲେ । ବୟସ ପାଖାପାଖି ୨୫ରୁ ୩୦ ହେବ। ଯୁବତୀମାନେ ଏକ ଠିକଣା ପଚାରିବା ବାହାନାରେ ଯୁବକଙ୍କ ସହ କଥା ହେଲେ। ଆଉ ଏତିକି ବେଳେ ଆଖିରେ କିଛି ସ୍ପ୍ରେ କରିଦେଲେ। ଯୁବକ ଘଟଣାସ୍ଥଳରେ ସେ ମୁର୍ଚ୍ଛା ଗଲେ। ଯୁବତୀମାନେ ତାଙ୍କୁ କାର୍ରେ ଅପହରଣ କରି ନିଛାଟିଆ ଜଙ୍ଗଲ ଭିତରକୁ ଟେକିନେଇ ଜଣକ ପରେ ଜଣେ ବଳାତ୍କାର କଲେ।
ଜାତୀୟ ଗଣମାଧ୍ୟମରେ ଏନେଇ ଖବର ପ୍ରକାଶ ପାଇବା ପରେ ପଞ୍ଜାବ ପୋଲିସ ନିଜ ଆଡୁ ମାମଲା ରୁଜୁ କରିଛି। ତଦନ୍ତ ଆରମ୍ଭ ହୋଇଛି। ଯଦି ଘଟଣା ସତ ବୋଲି ପ୍ରମାଣିତ ହୁଏ, ତା ହେଲେ ସାଙ୍ଘାତିକ।
ଅପରାଧ ଖବର ଆହୁରି ପଢ଼ନ୍ତୁ ।