ମଦନପୁର ଜିଲ୍ଲାର ବାଗର ସାଇ ନାମକ ଏକ 50 ବର୍ଷୀୟ ବ୍ୟକ୍ତି ବଳି ପ୍ରଥାରେ ଅଂଶଗ୍ରହଣ କରିଥିଲେ । ଯେଉଁଥିରେ ଗ୍ରାମବାସୀ ଗୋଟିଏ ସ୍ଥାନରେ ରୁଣ୍ଢ ହୋଇଥିଲେ । ଯାହାର ମାନସିକ ଥିଲା ସେମାନେ ସେଠାରେ ଜୀବ ବଳି ଦେଉଥିଲେ । ବିଶ୍ୱାସ ରହିଛି ଏଠାରେ ବଳି ଦେଲେ ମାନସିକ ପୁରା ହୁଏ ।
ବଳି ଦେବା ପରେ ସମସ୍ତ ଗ୍ରମବାସୀ ଏକତ୍ରିତ ହୋଇଥିଲେ । ବଳି ଦିଆଯାଇଥିବା ମାଂସକୁ ରୋଷେଇ କରାଯାଇଥିଲା । ତାହାକୁ ଖାଇବାକୁ ସମସ୍ତେ ଏକାଠି ବସିଥିଲେ । ସେହି ବ୍ୟକ୍ତି ଜଣକ ରୋଷେଇ ହୋଇଥିବା ଛେଳି ମାଂସର ଆଖିକୁ ଖାଇବାକୁ ଚେଷ୍ଟା କରିଥିଲେ । ଚୋବାଇ ଚୋବାଇ ଖାଇବାବେଳେ ଆଇ ବଲ୍ ତାଙ୍କ ତଣ୍ଟିରେ ଲାଖିଥିଲା । ଶେଷରେ ସେ ଅଣନିଶ୍ୱାସୀ ହୋଇ ପଡିଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଯେଉଁଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।
ସେପଟେ ଏହି ଘଟଣାକୁ ନେଇ ଅନେକ ଲୋକ କହିଛନ୍ତି ଯେ ଯିଏ ଯେମିତି କର୍ମ କରେ ସେ ସେମିତି ଫଳ ପାଏ । ନିଜ ସ୍ୱାର୍ଥ ପାଇଁ ଗୋଟିଏ ନୀରିହ ନିଷ୍ପାପର ଜୀବନ ନେଇଥିଲେ । ଶେଷରେ ତାହାର ମାଂସ ଖାଇ ଆଖି ବୁଜିଲେ ।
ଆହୁରି ପଢନ୍ତୁ ଭାରତ ଖବର...