ଏ ଅଜବ ଦୃଶ୍ୟର ପାରିପାଶ୍ବିକ ଆମ୍ବିଆନ୍ସ କିଛି ଏମିତି। ଅବଶ୍ୟ ହୀନ୍ଦା ଭାଷାରେ କଥା ହେଉଥିବାରୁ ଆମେ ତାହାର ଓଡିଆ ରୂପାନ୍ତରଣ କରି ନାଟକୀୟ ଢଙ୍ଗରେ ଆପଣଙ୍କୁ କହିଲୁ। କିନ୍ତୁ ହାତୀ ପେଟରେ ଫଶିଥିବା ପେଟୁଆ ଭାଇଙ୍କ ଅବସ୍ଥା କ’ଣ ହେଉଥିବ ସେ କଥା କେବଳ ସେ ହିଁ ଜାଣନ୍ତି।
ଯେଉଁ ଭାଇରାଲ ଭିଡିଓଟି ଆପଣଙ୍କ ସମ୍ମୁଖରେ ଅଛି, ତାହା ଗୁଜୁରାଟର କୌଣସି ଏକ ମନ୍ଦିରର। ଯେଉଁଠି ଏହି ଅଦ୍ଧଭଗ୍ନ ହାତୀ ଆରୋହୀଙ୍କ ମୂର୍ତ୍ତି ରହିଛି। ମୂର୍ତ୍ତିରେ ଆରୋହୀଙ୍କ ମସ୍ତକ ଭାଙ୍ଗି ଯାଇଛି। ଆଉ ହାତୀରେ ଚାରି ଗୋଡ ତଳେ କିଛି ରିକ୍ତ ସ୍ଥାନ ଅଛି। ଯାହାକୁ ଏପଟୁ-ସେପଟକୁ ଅତିକ୍ରମ କଲେ ଆପଣ ଅନେକ ସୁଖ ଓ ସୌଭାଗ୍ୟ ପ୍ରାପ୍ତି ହେବେ ବୋଲି ଲୋକ ବିଶ୍ବାସ ରହିଛି।
ଆଉ ଏହି ବିଶ୍ବାସକୁ ଆଧାର କରି ଭାଇ ଆମର ଭିତରେ ପ୍ରଶିଗଲେ। ମନେ ନ ଥିଲା ବୟସ ବଢିବା ସହ ତାଙ୍କର ପେଟର ମେଦ ମଧ୍ୟ ବୃଦ୍ଧି ଘଟିଛି। ଏଣୁ ଫଶିଗଲେ ଯେ, ନାମ ନେଲେ। ଦୀର୍ଘ ସମୟ ଗଳଦଘର୍ମ ହେବା ପରେ ସେ ମୁକ୍ତି ପାଇଲେ। ଆଉ କହିଲେ ମୋ ସୌଭାଗ୍ୟ ପାଇବା ବହୁତ ହେଲେ। ଭଗବାନଙ୍କୁ ଧନ୍ୟବାଦ ହାତୀ ପେଟରୁ ମୋ ପେଟଟା ଅନ୍ତତଃ ମୁକ୍ତି ପାଇଗଲା।