ଆଉ ସିଧା ଗଲେ ଠିଆ ହୋଇଥିବା ମର୍ସିଡିଜ୍ ଗାଡି ନିକଟକୁ। ଆଉ ମର୍ସିଡିଜ୍ ଉପରେ ପେଟ୍ରୋଲ ଢାଳି ଳଗାଇଦେଲା ନିଆଁ। ହୁତୁ ହୁତୁ ହୋଇ ଜଳୁଥିଲା ଗାଡି। ସେ ସ୍ଥାନରୁ ନିଜ ବାଇକ୍ ଷ୍ଟାର୍ଟ କରି ଚମ୍ପଟ ମାରିଲେ ଯୁବକ। ଆପଣମାନେ ଭାବୁଥିବେ ଯୁବକ ଜଣଙ୍କ ଏପରି କାରନାମା କହିଁକି କଲେ?
ତେବେ କାରଣ ଶୁଣିଲେ ଆପାଣ ବି ତାଜୁବ୍ ହୋଇଯିବେ। ଯୁବକ ଜଣଙ୍କ ବାକିଆ ଟଙ୍କା ନ ପାଇବାରୁ କାର୍ରେ ନିଆଁ ଲାଗାଇ ମାଲିକ ଉପରେ ପ୍ରତିଶୋଧ ନେଇଛନ୍ତି। ଯେଉଁ ଘର ସମ୍ମୁଖରେ ଗାଡିଟି ଥୁଆ ହୋଇଥିଲା କିଛିଦିନ ପୂର୍ବରୁ ସେହି ଘରର ଟାଇଲ୍ସ ପକାଇଥିଲେ ଉକ୍ତ ଯୁବକ। ଟାଇଲ୍ସ ପକାଇ ସାରଲା ପରେ ଯୁବକଙ୍କୁ ତାଙ୍କର ପ୍ରାପ୍ୟ ଦେଇ ନଥିଲେ ଘର ମାଲିକ। ବାରମ୍ବାର ମାଗିବା ସତ୍ୱେ ମଧ୍ୟ ଯୁବକଙ୍କୁ ମିଳିନଥିଲା ଟଙ୍କା । ଏଥିରେ ହାରାସ ହୋଇପଡିଥିଲେ ଯୁବକ। ପୂର୍ବ ଯୋଜନାବଦ୍ଦ ଅନୁସାରେ ମାଲିକ ଘର ସମ୍ମୁଖରେ ଠିଆ ହୋଇଥିବା ମାଲିକଙ୍କ ମର୍ସିଡିଜ୍ ଗାଡିରେ ପେଟ୍ରୋଲ ଢାଲି ଲଗେଇ ଦେଇ ନେଲେ ପ୍ରତିଶୋଧ।
ତେବେ ବଦଲା ନେବାର ଏଭଳି ନିଆରା ମାଧ୍ୟମ ଯୁବକଙ୍କୁ ଭାରି ମଧ୍ୟ ପଡିଲା। ସିସିଟିଭିର ଭିଡିଓ ପୋଲିସ୍ ପାଇବା ପରେ ଯୁବକଙ୍କୁ ଆରେଷ୍ଟ କରିଛି। ତେବେ ସେ ଯାହାହେଉ, ଭିଡିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍ ଭାଇରାଳ୍ ହେବାରେ ଲାଗିଛି।
ଅପରାଧ ଖବର ଆହୁରି ପଢ଼ନ୍ତୁ ।