ଏହି ଲୋମହର୍ଷଣକାରୀ ହତ୍ୟାକାଣ୍ଡରେ ଥରିଛି ଦିଲ୍ଲୀ। ଲିଭ-ଇନରେ ରହୁଥିବା ଜଣେ ପ୍ରେମିକ ତାର ପ୍ରେମିକାଙ୍କୁ ୩୫ଖଣ୍ଡ କରି ହତ୍ୟା କରିବା ଘଟଣାରେ ଦିଲ୍ଲୀ ପୁଲିସ ଗିରଫ କରିଛଇ ଅଭିଯୁକ୍ତ ପ୍ରେମିକକୁ। ଏହି ବିଭତ୍ସ ହତ୍ୟାକାଣ୍ଡ ଘଟାଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ଆଫତାବ।
ହତ୍ୟାକାଣ୍ଡର ଶିକାର ହୋଇଥିବା ଯୁବତୀ ଜଣକ ହେଲେ ୨୬ ବର୍ଷୀୟ ଶ୍ରଦ୍ଧ। ଅଭିଯୁକ୍ତ ଅଫତାବ ଅମିନ ପୁନୱାଲା ତାଙ୍କ ସହ ଲିଭ୍ ଇନରେ ରହୁଥିଲେ। ହେଲେ ପ୍ରେମିକା ବିବାହ ପାଇଁ ଜିଦ୍ ଧରିବାରୁ ଜହ୍ଲାଦ ପାଲଟିଗଲା ଆଫତାବ। ଶ୍ରଦ୍ଧାଙ୍କୁ ହତ୍ୟା କଲା। ମୃତଦେହକୁ ବାହାରକୁ ନେବାକୁ ଅସୁବିଧା ହେବ। ଏବଂ ପୁଲିସ ଡର ଯୋଗୁ ସେ ଶ୍ରଦ୍ଧାଙ୍କ ମୃତଦେହକୁ ୩୫ଖଣ୍ଡ କରି କାଟି ପକାଇଲା। ପୁଲିସ ଝାମେଲାରୁ ବର୍ତ୍ତିବାକୁ ୧୮ ଦିନ ହେଲାଣି, ଫ୍ରିଜରେ ରଖିଥିଲା ମାଂସ ଖଣ୍ଡ। ଆଉ ପ୍ରତି ରାତିରେ ଖଣ୍ଡ ଖଣ୍ଡ କରି ମାଂସଖଣ୍ଡ ମେହେରୁଲି ଜଙ୍ଗଲରେ ପୋତି ଦେଉଥିଲା।
୨୬ ବର୍ଷୀୟ ଶ୍ରଦ୍ଧା ମୁମ୍ବାଇର ଏକ ବହୁରାଷ୍ଟ୍ରୀୟ କମ୍ପାନୀ ପାଇଁ କଲ୍ ସେଣ୍ଟରରେ କାର୍ଯ୍ୟ କରୁଥିଲେ। ଯେଉଁଠି ସେ ଅଫତାବଙ୍କୁ ଭେଟିଥିଲେ। ଦୁହିଁଙ୍କ ମଧ୍ୟରେ ଡେଟିଂ ହୋଇ ପ୍ରେମ ହୋଇଥିଲା। ଉଭୟେ ଏକାଠି ରହୁଥିଲେ। କିନ୍ତୁ ଏହ ପ୍ରେମ ସମ୍ପର୍କକକୁ ଶ୍ରଦ୍ଧାଙ୍କ ପରିବାର ସ୍ୱିକୃତୀ ଦେଇ ନଥିଲେ। ପରେ ଦୁହେଁ ଦିଲ୍ଲୀ ପଳାଇ ଆସିଥିଲେ। ଦିଲ୍ଲୀର ମେହରୁଲିର ଏକ ଫ୍ଲାଟରେ ସେମାନେ ରହିବାକୁ ଲାଗିଲେ। ପରେ ଶ୍ରଦ୍ଧା ନିଜ ପରିବାର ସହ ଯୋଗାଯୋଗ ବନ୍ଦ କରିଦେଇଥିଲେ । ଗତ ନଭେମ୍ବର ୮ତାରିଖରେ ଶ୍ରଦ୍ଧାଙ୍କ ବାପା ବିକାଶ ମଦାନ ଝିଅ କଥା ବୁଝିବାକୁ ଦିଲ୍ଲୀ ଆସିଥିଲେ।
ଯେତେବେଳେ ସେ ଫ୍ଲାଟରେ ପହଞ୍ଚିଲେ ତାହା ତାଲା ପଡ଼ିଥିଲା । ଏନେଇ ସେ ମେହରୁଲି ପୋଲିସ ଷ୍ଟେଶନରେ ଅଭିଯୋଗ କରିଥିଲେ। ତାଙ୍କ ଝିଅକୁ ଅପହରଣ କରାଯାଇଥିବା ଅଭିଯୋଗ କରିଥିଲେ। ଏତଲା ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ପୁଲିସ ପ୍ରକୃତ ଗୁମର ଜାଣିବାକୁ ପାଇଥିଲା। ପୋଲିସ କହିବା ଅନୁଯାୟୀ ଶ୍ରଦ୍ଧା ତାଙ୍କ ପ୍ରେମିକ ଅଫତାବଙ୍କୁ ବିବାହ କରିବାକୁ ଚାହୁଁଥିଲେ। ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଅଫତାବ ତାଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି। ଏହି ଘଟଣାରେ ଦିଲ୍ଲୀ ପୋଲିସ ଅଫତାବଙ୍କୁ ଗିରଫ କରି ପଚରାଉଚରା ଜାରି ରଖିଛି।