ମୃତ୍ୟୁସଂଖ୍ୟା ବଢ଼ିବାର ଆଶଙ୍କା କରାଯାଉଛି । ମଣିପୁର ନୋନି ଜିଲ୍ଲା ତୁପୁଲ ରେଲୱେ ଷ୍ଟେସନ ନିକଟରେ ଏକ ନିର୍ମାଣାଧିନ ପ୍ରୋଜେକ୍ଟକୁ ସୁରକ୍ଷା ଦେବାକୁ ମୁତୟନ ହୋଇଥିଲେ ଭାରତୀୟ ସେନାର ୧୦୭ ଟେରିଟୋରିଆଲ୍ ଆର୍ମି । ସେହି ୟୂନିଟ୍ ନିକଟରେ ଭୂକମ୍ପ ହୋଇଥିଲା। ଏଥିରେ ସାଧାରଣ ଲୋକଙ୍କ ସହ ସେନା କର୍ମୀ ମାଟି ତଳେ ଚାପି ହୋଇ ମୃତ୍ୟୁ କରିଛନ୍ତି। ତେବେ ଏହି ଘଟଣାରେ ଅନେକ ସେନା ଯବାନ ଓ ସାଧାରଣ ନାଗରିକଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇ ସାରିଛି। ସେହି ମଣିପୁରରେ ଆଜି ଆଉ ଏକ ଲ୍ୟାଣ୍ଡ ସ୍ଲାଇଡ୍ ମଧ୍ୟ ହୋଇଥିବାର ଜଣାପଡ଼ିଛି ।
ମଣିପୁର ଲ୍ୟାଣ୍ଡ ସ୍ଲାଇଡ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଚି

ଅର୍ଗସ ବ୍ୟୁରୋ : ମଣିପୁର ଲ୍ୟାଣ୍ଡ ସ୍ଲାଇଡ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ପହଁଚିଛି ୨୯ରେ । ଏବେ ବି ଅନେକ ଲୋକ ନିଖୋଜ ଥିବାର ଜଣାପଡ଼ିଛି । ସେମାନଙ୍କ ସଂଖ୍ୟା ୩୮ ହେବ ବୋଲି କୁହାଯାଉଛି । ମାଟି ଅତଡ଼ା ଖସିବା ଘଟଣାରେ ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି । ଏନଡିଆରଏଫ୍, ଆସାମ ରାଇଫଲ୍ସ,ଟେରିଟୋରିଆଲ୍ ଆର୍ମି,ଏସଡିଆରଏଫ୍ ଘଟଣା ସ୍ଥଳରେ ସର୍ଚ୍ଚ ଓ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।
ଭାରତୀୟ ଜନତା ପାର୍ଟିର ନୂତନ ସଂସଦୀୟ ବୋର୍ଡ ଘୋଷଣା

ଅର୍ଗସ ବ୍ୟୁରୋ: ଭାରତୀୟ ଜନତା ପାର୍ଟି ବୁଧବାର ଏକ ନୂତନ ସଂସଦୀୟ ବୋର୍ଡ ଘୋଷଣା କରିଛି। ୧୧ ସଦସ୍ୟ ବିଶିଷ୍ଟ ସଂସଦୀୟ ବୋର୍ଡରେ ମୁଖ୍ୟତ ପୁରୁଣା ଏବଂ ବହୁତ ଜଣାଶୁଣା ନାମକୁ ସାମିଲ କରାଯାଇଛି । ଅନ୍ୟପକ୍ଷରେ ନିତିନ ଗଡକରୀ ଏବଂ ଶିବରାଜ ସିଂଚୌହାନଙ୍କୁ ଏହି ନୂତନ ସଂସଦୀୟ ବୋର୍ଡରେ ଅନ୍ତର୍ଭୁକ୍ତ କରାଯାଇ ନାହିଁ। ନୂତନ ସଂସଦୀୟ ବୋର୍ଡରେ ଗୋଟିଏ ନୂଆ ନାମ ହେଉଛି ପୂର୍ବତ
Download Argus News App
