ତେବେ ନିଜେ ପାଇଥିବା ସମନ ସମ୍ପର୍କରେ ସିସୋଦିଆ ମଧ୍ୟ ଟ୍ବିଟ କରି ସୂଚନା ଦେଇଛନ୍ତି । ତାଙ୍କୁ ଜେରା ପାଇଁ ସମନ ଜାରି କରାଯାଇଛି ଓ ସେ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ମଧ୍ୟ ସେ ଟ୍ବିଟରେ ଉଲ୍ଲେଖ କରିଛନ୍ତି ।
ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ସମନ ଜାରି କରିଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ । ସମନ ସର୍ତ୍ତାବଳୀ ଅନୁସାରେ ସିସୋଦିଆ ଆସନ୍ତାକାଲି ସିବିଆଇର ଦିଲ୍ଲୀ ସ୍ଥିତ ମୁଖ୍ୟାଳୟରେ ହାଜର ହୋଇ ଜେରାର ସମ୍ମୁଖୀନ ହୋଇପାରନ୍ତି ।
ତେବେ ନିଜେ ପାଇଥିବା ସମନ ସମ୍ପର୍କରେ ସିସୋଦିଆ ମଧ୍ୟ ଟ୍ବିଟ କରି ସୂଚନା ଦେଇଛନ୍ତି । ତାଙ୍କୁ ଜେରା ପାଇଁ ସମନ ଜାରି କରାଯାଇଛି ଓ ସେ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ମଧ୍ୟ ସେ ଟ୍ବିଟରେ ଉଲ୍ଲେଖ କରିଛନ୍ତି ।
ଅର୍ଗସ ବ୍ୟୁରୋ: ବିଶ୍ୱକପ ପୂର୍ଵରୁ ଭାରତୀୟ ଦଳ ଆଜି ଅଷ୍ଟ୍ରେଲିଆ ସହ ମୁହାଁ ମୁହିଁ ହେବ । ୩ ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ ଆଜି ମୋହାଲିରେ ଖେଳାଯିବ । ବିରାଟ କୋହିଲି, ରୋହିତ ଶର୍ମା ଓ ହାର୍ଦ୍ଧିକ ପାଣ୍ଡିଆଙ୍କ ଅନୁପସ୍ଥିତିରେ କେ ଏଲ ରାହୁଲ ପ୍ରଥମ ଦୁଇଟି ମ୍ୟାଚରେ ଭାରତୀୟ ଦଳର ନେତୃତ୍ଵ ନେବେ ।
ଅକ୍ଟୋବର ୫ ରୁ ଆରମ୍ଭ ହେଵାକୁ ଥିଵା ଆଇସିସି ୱାଲ୍ଡକପ ପୂର୍ଵରୁ ଅଷ୍ଟ୍ରେଲିଆ ଦଳକୁ ପରକ୍ଷିଵା ପାଇଁ ଏକ ଉତ୍ତମ ସୁଯୋଗ ହେଵ । ଦିନିକିଆ ସିରିଜିର ଅନ୍ୟ ଦୁଇଟି ମ୍ୟାଚ ସେପ୍ଟେମ୍ଵର ୨୪ ଓ ସେପ୍ଟେମ୍ଵର ୨୭ରେ ରାଜକୋଟରେ ଖେଳାଯିଵ ।
ଦୀର୍ଘ ୧୨ ବର୍ଷ ତଳେ ୨୦୧୧ ମସିହାରେ ଭାରତୀୟ ଦଳ ୱାଲ୍ଡକପ ଟ୍ରଫି ହାତେଇ ଥିଲା । ତେଣୁ ଟ୍ରଫି ହାତେଇଵା ପାଇଁ ଭାରତୀୟ ଦଳ ଵେଶ ଆଶାଵାଦୀ ରହିଥିଵାଵେଳେ ଆଗାମୀ ୱାଲ୍ଡକପ ସଂସ୍କରଣରେ ଭାରତୀୟ ଦଳ ଅକ୍ଟୋଵର ୮ରେ ଅଷ୍ଟ୍ରେଲିଆ ସହ ପ୍ରଥମ ମ୍ୟାଚ ଖେଳି ନିଜ ଅଭିଯାନ ଆରମ୍ଭ କରିଵ । ଏହି ମ୍ୟାଚ ଚେନ୍ନାଇରେ ଖେଳାଯିଵ ।
ଆହୁରି ପଢନ୍ତୁ ଖେଳ ଖବର...
କଟକ : ଘର ଭିତରେ ବେକରେ ଗାମୁଛାରେ ରସି ଲଗାଇ ଫ୍ୟାନରେ ଝୁଲି ଯୁବକଙ୍କ ଆତ୍ମହତ୍ୟା। ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ଥାନା ଶିଶୁଆ କଲ୍ୟାଣପୁର ଗ୍ରାମରେ। ମୃତ ଯୁବକ ଜଣକ ହେଲେ କଲ୍ୟାଣପୁର ଗ୍ରାମର ଚନ୍ଦନ ଭୋଇ। ଚନ୍ଦନ ଭୋଇକୁ ପରିବାରଲୋକେ ଉଦ୍ଧାର କରି ମେଡିକାଲକୁ ଆଣିଥିଲେ। ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଛନ୍ତି।
ଅଧିକ ପଢନ୍ତୁ ଓଡିଶା ଖବର
ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ ଏକ ଅପମୃତ ମାମଲା ରଜୁ କରି ଶବବ୍ୟବଚ୍ଛେଦ ପାଇଁ କଟକ ପଠାଇ ତଦନ୍ତ ଆରମ୍ଭ କରିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ ସୂଚନା ଦେଇଛି। ସୂଚନା ମୁତାବକ ଚନ୍ଦନ ଭୋଇ ବିଦ୍ୟୁତ ବିଭାଗରେ ଡ୍ରାଇଭର ଭାବେ କାମ କରନ୍ତି।